ବଦଳିଛି ଅଯୋଗ୍ୟ ହିତାଧିକାରୀଙ୍କ ସଂଜ୍ଞା- କାଳିଆ ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ ସରକାରୀ ଦଳ ମନ୍ତ୍ରୀ ଓ ବିଧାୟକ ଦେଉଛନ୍ତି ଭିନ୍ନ ତଥ୍ୟ

Published By : Prameya-News7 Bureau | September 18, 2019 IST

ଭୁବନେଶ୍ୱର୧୮।୦୯-କାଳିଆ ଟଙ୍କା ନେଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ତାଲିକାକୁ ନେଇ ଅଡୁଆରେ ସରକାର ଓ ବିଜେଡି । ଏହି ଯୋଜନାରେ ୩ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ୧୭୦ କୋଟି ଚଳୁ କରିଛନ୍ତି ବୋଲି ଜଣାପଡିବା ପରେ ଏହି ସଂଖ୍ୟାକୁ ନେଇ ବିବାଦ ଆରମ୍ଭ ହୋଇଛି । ଯାହାକୁ ନେଇ ସରକାର ଓ ବିଜେଡିକୁ ନିଶାନା ସାଧିଛନ୍ତି ବିରୋଧି ।

{"id":159483}

ଅଯୋଗ୍ୟ ହିତାଧିକାରୀଙ୍କ ବାସ୍ତବରେ କେତେ ।  ୩ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି ବୋଲି ସରକାର କାଲି କହିଥିଲେ । ଖୋଦ କୃଷିମନ୍ତ୍ରୀ ଅରୁଣ ସାହୁ ଏହା କହିଥିବା ବେଳେ ଆଜି କିନ୍ତୁ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା କେବଳ ୩୨ ହଜାର।

{"id":159484}

ତେବେ ପ୍ରତାପ ୩ ଲକ୍ଷ ୯ହଜାର କେଉଁଠାରୁ କାଟିଲେ। ସୂଚନା ଅନୁସାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଜ୍ଞା ବଦଳିଛି । କେବଳ ୨୦ ହଜାର ସରକାରୀ ଚାକିରିଆ ଓ ପେନସନ ଧାରୀ ଏବଂ ୧୨ ହଜାର ବଡ ଚାଷୀ ଏଭଳି ମୋଟ ୩୨ ହଜାରଙ୍କୁ ଅଯୋଗ୍ୟ ତାଲିକାରେ ରଖାଯାଇଛି। ପ୍ରଶ୍ନ ଉଠୁଛି ଯେଉଁମାନେ କାଳିଆ ଟଙ୍କା ପାଇବା କଥା ନୁହେଁ ଯଦି ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଗଲା ସେମାନଙ୍କୁ ଅଯୋଗ୍ୟ କୁହାଯିବ ନା ନାହିଁ । ଦଳ ସଫେଇ ଦେଇଛି, ପରିବାରର ଏକାଧିକ ସଦସ୍ୟଙ୍କ ନାଁରେ ୩ ଲକ୍ଷ ୭ ହଜାର ଅଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯେଉଁ କାଳିଆ ଟଙ୍କା ଯାଇଛି ତାହା ପରେ ଭରଣା ହେବ। ତେଣୁ ସେମାନଙ୍କୁ ଅଯୋଗ୍ୟ କୁହାଯାଇପାରିବନି । ସେପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେଉଁମାନେ କାଳିଆ ଟଙ୍କା ପାଇବାକୁ ହକଦାର ନୁହଁନ୍ତି ସେମାନେ ଟଙ୍କା ଫେରାନ୍ତୁ ।

{"id":159485}

ରାଜ୍ୟର ୫୧ ଲକ୍ଷ ୫ ହଜାର ୨୯୦ ଜଣଙ୍କୁ କାଳିଆ ଯୋଜନାର  ସାମିଲ କରାଯାଇଛି । ନିର୍ବାଚନ ସମୟରେ କାଳିଆ ଯେ ବିଜେଡି ପାଇଁ ନୌକା ହୋଇଥିଲା ତାହା ଦଳ ମଧ୍ୟ ସ୍ବୀକାର କରେ। ସେପଟେ ବିରୋଧୀ କହିଛନ୍ତି  କାଳିଆ ଏକ ନିର୍ବାଚନୀ ଜୁମଲା ଥିଲା ଏବଂ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୨୦ ଲକ୍ଷ ଟପିବ । । କାଳିଆ ଯୋଜନାକୁ ନେଇ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଜବାଜ ହେଉଛି । 

{"id":159486}

କାଳିଆ ଟଙ୍କା ବଣ୍ଟାରେ ଯେଉଁ ଅନିୟମିତତା କଥା ଆସୁଛି ସେଥିପାଇଁ କାହାକୁ ଦାୟୀ କରାଯିବ। ସେମାନଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.