ବଢୁଛି କାଳିଆ ଅଡୁଆ- ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ ଭିନ୍ନ ମତ ପରେ ସରକାରଙ୍କୁ ଘେରିଲେ ବିରୋଧୀ

Published By : Prameya-News7 Bureau | September 19, 2019 IST

ଭୁବନେଶ୍ବର୧୯।୦୯- କାଳିଆ  ଯୋଜନାର ଅଯୋଗ୍ୟ ହିତାଧିକାରୀ ଏବେ ସରକାରଙ୍କ ପାଇଁ ଅଡୁଆ ବଢାଉଛି । କାଳିଆ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ମନ୍ତ୍ରୀ ଓ ବିଜେଡି ଭିନ୍ନ ଭିନ୍ନ ମତ ରଖିବା ପରେ  ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

{"id":159870}

୨୦ ଲକ୍ଷ ଅଯୋଗ୍ୟ ହିତାଧିକାରୀ  ସରକାରୀ ଟଙ୍କା ଲୁଟିଛନ୍ତି। ଏହାର ତଦନ୍ତ କରାଯିବା ସହ ଯେଉଁମାନେ ଟଙ୍କା ବାଣ୍ଟିବାରେ ସଂପୃକ୍ତ ସେମାନଙ୍କ ଠାରୁ ଅର୍ଥ ଭରଣା କରିବାକୁ ଦାବି କରିଛି ବିଜେପି । ସେପଟେ ସରକାରୀ ଦଳର ଯୁକ୍ତି କେନ୍ଦ୍ର କାଳିଆ ଯୋଜନାକୁ ପ୍ରଶଂସା କରିଛି। ଏହାକୁ  କାର୍ଯ୍ୟକାରୀ କରିବା ଭିତରେ ତ୍ରୁଟି ସୁଧରା ଯାଉଛି ଏହା ସ୍କାମ ନୁହେଁ ।  

{"id":159875}

ଅକଳରେ ପକାଇଲାଣି କାଳିଆ । ନକଲି ହିତାଧୀକାରୀ ସଂଖ୍ୟା ଓ ସେମାନଙ୍କୁ ଦିଆଯାଇଥିବା ଅର୍ଥକୁ ନେଇ ବିରୋଧୀ ସରକାରଙ୍କୁ ଘେରୁଛନ୍ତି। ସରକାରଙ୍କ କୌଣସି ବି ସଫେଇ ଶୁଣିବା ମୁଡରେ ନାହାନ୍ତି । ଯୋଜନାରେ ନକଲି ହିତାଧୀକାରୀଙ୍କ ସଂଖ୍ୟା ବିଜେଡି ୩୨ ହଜାରକୁ ସିଧା ପ୍ରତ୍ୟାଖ୍ୟାନ କରିଛି ବିଜେପି, ଏପରିକି ମନ୍ତ୍ରୀ ଦେଇଥିବା ସଂଖ୍ୟା ୩ ଲକ୍ଷ ୪୨ ହଜାର ବି ଭୁଲ ବୋଲି ବିଜେପି କହିଛି।

{"id":159879}

ବିଜେପିର କହିବା କଥା, କେନ୍ଦ୍ରକୁ ସରକାରଙ୍କୁ ପିଏମ କିଷାନ ସମ୍ମାନ ନିଧି ଯୋଜନା ଲାଗି ରାଜ୍ୟ ସରକାର ଦେଇଥିବା ୧୨ ଲକ୍ଷ ଚାଷୀଙ୍କ  ତାଲିକାରୁ ଏହି ୩ ଲକ୍ଷ ଜାଲ୍ ହିତାଧିକାରୀ ବାହାରିଛନ୍ତି। ଯଦି ୫୧ ଲକ୍ଷ ହିତାଧୀକାରୀଙ୍କ ତାଲିକାକୁ ଯାଞ୍ଚ କରାଯାଏ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୨୦ ଲକ୍ଷକୁ ବଳି ଯିବ ବୋଲି ବିଜେପି କହିଛି। ସରକାର ଏହାର ତଦନ୍ତ କରାଇବାକୁ ଦାବି କରିଛି। ଯୋଜନାରେ ଅପବ୍ୟୟ ହୋଇଥିବା ୧୭୦ କୋଟି ହିତାଧିକାରୀ ଚୟନ ଓ ଯୋଜନା ପ୍ରଣୟନ କରୁଥିବା କର୍ମଚାରୀଙ୍କ ଠାରୁ ଆଦାୟ ହେଉ କରିବାକୁ ଦାବି କରିଛି। ସେପଟେ କଂଗ୍ରେସବି ରାଜ୍ୟ ସରକାରଙ୍କୁ ଏଥିପାଇଁ ଦାୟୀ କରିଛି।

{"id":159880}

ବିଜେଡି କହିଛି ଏହା ବଡ ଯୋଜନା । ଯୋଜନାରେ ସହାୟତା ଦେବାବେଳେ ଥିବା ତ୍ରୁଟି ସୁଧାରିବାକୁ ସରକାର ନିଜ ଆଡୁ ଆକ୍ସନ ନେଇଛନ୍ତି । ଏହା ସ୍କାମ ନୁହେଁ ।

 କାଳିଆ ହିତାଧୀକାରୀଙ୍କ ସଂଖ୍ୟା ୭୫ ଲକ୍ଷକୁ ବଢାଇବାକୁ ନୂଆ ସରକାରର କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି । ହେଲେ ନୂଆ ହିତାଧିକାରୀଙ୍କ ଚୟନ ପୂର୍ବରୁ ପୁରୁଣା ତାଲିକାରୁ ନକଲି ହିତାଧୀକାରୀଙ୍କ ସଂଖ୍ୟାକୁ ନେଇ ଅଡୁଆ ଥମୁନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.