Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

କାଳିଆ ଅବସ୍ଥା ଗୁରୁତର-ଭେଣ୍ଟିଲେଟରରେ ରହିଛି

28/09/2019 at 6:46 PM

କଟକ ୨୮।୦୯ – କଟକ ଏସ.ସି.ବି ମେଡିକାଲରେ ଚିକିତ୍ସାଧୀନ ଥିବା ଜଗା କାଳିଆଙ୍କ ଭିତରୁ କାଳିଆର ଅବସ୍ଥା ଗୁରୁତର ହୋଇଛି । କାଳିଆକୁ ଭେଣ୍ଟିଲେଟରରେ ରଖାଯିବା ସହ ଚିକିତ୍ସା ନେଇ ଦିଲ୍ଲୀ ଏମ୍ସ ଡାକ୍ତରଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି ଏସ.ସ.ବି ରେ ଚିକିତ୍ସା କରୁଥିବା ଡାକ୍ତରୀ ଟିମ । କାଳିଆକୁ ନିମୋନିଆ ହେବା ସହ ଇନଫେକ୍ସନ ରହିଥିବାରୁ କାଳିଆର ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଘଟୁଥିବା କହିଛନ୍ତି ଏସ.ସି.ବିର ଜରୁରୀକାଳିନ ଅଧିକାରୀ  । ….

କାଳିଆ ଅବସ୍ଥା ଗୁରୁତର । ସଂକଟାପନ୍ନ ଅବସ୍ଥାରେ ଥିବା କାଳିଆକୁ ଭେଣ୍ଟିଲେଟରରେ ରଖାଯାଇଛି । ଦିଲ୍ଲୀ ଏମ୍ସରୁ ଆସି ଏସ୍ସିବିରେ ଚିକିତ୍ସିତ ହେଉଥିବା କାଳିଆର  ସ୍ୱାସ୍ଥ୍ୟ  ଆବସ୍ଥାରେ ଅବନତି ହୋଇଛି । କାଳିଆର ଶରୀରର ବିକାଶ ହେଉ ନଥିବା ବେଳେ ଛାତିରେ ସଂକ୍ରମଣ ହୋଇଛି । ଏଥିସହ ନିମୋନିଆ କାଳିଆ ପାଇଁ ଅଧିକ ଜଟିଳ ପରିସ୍ଥିତି ସୃଷ୍ଟି କରିଛି । କାଳିଆ ଠିକ୍‌ରେ  ନିଶ୍ୱାସ ପ୍ରଶ୍ୱାସ ନେଇପାରୁନାହିଁ ।

ତାର  ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେଉନଥିବାରୁ  ଦିଲ୍ଲୀ ଏମ୍‌ସ ଡାକ୍ତରୀ ଟିମ ସହ କଟକ ଏସ.ସି.ବି ମେଡିକାଲର ଡାକ୍ତରୀ ଟିମ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି । ଏମ୍ସ ଡାକ୍ତରୀ ଟିମର ପରାମର୍ଶ କ୍ରମେ କାଳିଆର ବିଭିନ୍ନ ପରୀକ୍ଷା ନୀରିକ୍ଷା କରାଯାଇଛି । ରିପୋର୍ଟ ଆସିବା ପରେ ପୁଣି ଏମ୍‌ସ କର୍ତ୍ତୃପକ୍ଷଙ୍କୁ ଜଣାଇବ ଏସ୍‌ସିବ ଟିମ୍ । କାଳିଆର  ସ୍ୱାସ୍ଥ୍ୟ  ଅବସ୍ଥା ଉପରେ ତୀକ୍ଷ୍ନ ନଜର ରଖିଛନ୍ତି ଡାକ୍ତରୀ ଦଳ ।  ଏ ବିଷୟରେ ଏସ୍‌ସିବିର ଜରୁରୀକାଳିନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି ।

ଜଗା ସୁସ୍ଥ ଥିବା ବେଳେ କାହିଁକି ବିଗିଡିଲା କାଳିଆର  ସ୍ୱାସ୍ଥ୍ୟ  ଅବସ୍ଥା ? ଏମସ୍‌ରୁ ଏଠାକୁ ସ୍ଥାନାନ୍ତର କରିବା ଭୁଲ୍ ନିଷ୍ପତ୍ତି ଥିଲା କି ? ଏସ୍‌ସିବିରେ କାଳିଆକୁ ସଠିକ୍ ଚିକିତ୍ସା ସୁବିଧା ମିଳୁନାହିଁ କି ? ଦିଲ୍ଲୀରେ ଏତେ ଦିନ ରହିବା ପରେ ଓଡ଼ିଶାର ଜଳବାୟୁ କାଳିଆର ଦେହରେ ଯାଉ ନାହିଁ କି ? କାଳିଆର  ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ସ୍ଥିତିରେ ପହଞ୍ଚିବା ପରେ ଏମିତି ଅନେକ ପ୍ରଶ୍ନ ଏବେ ଛିଡା ହୋଇଛି । 

କାଳିଆ  ସ୍ୱାସ୍ଥ୍ୟ  ପରୀକ୍ଷା ରିପୋର୍ଟ ଆସିବା ପରେ ଆବଶ୍ୟକ ପଡିଲେ ଏମସ୍ ଡାକ୍ତରୀ ଟିମକୁ ଏସ.ସି.ବି ଆସି କାଳିଆ ସ୍ଥିତି ଅନୁଧ୍ୟାନ ପାଇଁ ଅନୁରୋଧ କରାଯିବ ବୋଲି ଏସ.ସି.ବି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

   Related Posts