“କାଳିଆ ଛାତ୍ରବୃତ୍ତି” କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଚାଷୀ ପୁଅ ଝିଅଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବେ ରାଜ୍ୟ ସରକାର
3/02/2019 at 5:53 PM

ଭୁବନେଶ୍ବର ୩|୨: ରାଜ୍ୟ ସରକାରଙ୍କର ଫ୍ଲାଗ୍ସିପ୍ ପ୍ରୋଗ୍ରାମ୍ “କାଳିଆ”କୁ ଆହୁରି ବ୍ୟାପକ କରାଯାଇଛି ।କେନ୍ଦୁଝର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଆଜି “କାଳିଆ ଛାତ୍ରବୃତ୍ତି” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ବାରା “କାଳିଆ” ଯୋଜନା ହିତାଧିକାରୀଙ୍କ ପିଲାମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏହି ଯୋଜନାର ଲାଭ ପାଇପାରିବେ ।

“କାଳିଆ” ଯୋଜନାର ବିସ୍ଥାରିତ ସଂସ୍କରଣ । କେବଳ ଚାଷୀ ନୁହେଁ ବରଂ ସେମାନଙ୍କର ପୁଅ ଝିଅ ମଧ୍ୟ ପାଇବେ ଏହି ଯୋଜନାରେ ଫାଇଦା ।ଚାଷୀ ପୁଅ ଝିଅଙ୍କର ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବେ ରାଜ୍ୟ ସରକାର ।ଏଥିପାଇଁ ମୁଖ୍ୟମନ୍ତ୍ରୀ ଆଜି କେନ୍ଦୁଝରର ପଣ୍ଡାପଡ଼ାରେ ଆୟୋଜିତ ବିଶାଳ ସମାବେଶରେ “କାଳିଆ ଛାତ୍ରବୃତ୍ତି” ଯୋଜନାର ଶୁଭାରମ୍ଭ କରିଛନ୍ତି ।୨୦ ବର୍ଷ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଏହି ସ୍କଲାରସିପ୍ ମିଳିବ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୬୬ କୋଟି ଟଙ୍କାର ୧୭ଟି ଜନକଲ୍ୟାଣମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ।୨୧ କୋଟି ଟଙ୍କା ବ୍ୟୟରେ ୪୭ଟି ପ୍ରକଳ୍ପର ଶିଳାନ୍ୟାସ ହୋ|ଇଥିବା ବେଳେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୧୦୫୦ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।…

କେବଳ କେନ୍ଦୁଝର ନୁହେଁ ନବୀନ ଉତ୍ତର ଓଡ଼ିଶା ମିଶନରେ ଯାଇ ମୟୂରଭଞ୍ଜ ରାଇରଙ୍ଗପୁରବାସୀଙ୍କୁ ୩ଟି ବଡ଼ ଉପହାର ଦେଇଛନ୍ତି । ନୂଆ ହସ୍ପିଟାଲ, ଷ୍ଟାଡିୟମ ଓ ଅତିରିକ୍ତ ଜିଲ୍ଲାପାଳ ନିଯୁକ୍ତି ନେଇ ଘୋଷଣା କରିଛନ୍ତି । ମିଶନ୍ ଶକ୍ତି ସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ୪୫ କୋଟି ଟଙ୍କା ମୂଲ୍ୟର ୨୧ଟି ଉନ୍ନୟନମୂଳକ ପ୍ରକଳ୍ପ ଉଦଘାଟନ କରିଛନ୍ତି ।

ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ମିଶନ୍ ଶକ୍ତି ଯୋଜନାରେ ୧୬ କୋଟି ଟଙ୍କାର ବିଭିନ୍ନ ସହାୟତା ପ୍ରଦାନ କରାଯାଇଛି । ଏଥିସହ ପିପିପି ମୋଡ୍ ରେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ଶହେ ଶଯ୍ୟା ଡାକ୍ତରଖାନା କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତ କରି ଲୋକଙ୍କ ପାଇଁ ଯୋଜନା ଘୋଷଣା କରିବାକୁ ଲୋକଙ୍କୁ ଭୁଆଁ ବୁଲାଯାଉଥିବା କହିଛି ବିଜେପି । …

ନିର୍ବାଚନ ପାଖେଇ ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ଗୋଟିଏ ପରେ ଗୋଟିଏ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଯୋଜନାର ଶୁଭାରମ୍ଭ କରୁଛନ୍ତି ।…