‘କାଳିଆ’ ଯୋଜନାର ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ; ରାଜ୍ୟର ବିଭିନ୍ନ ଅଞ୍ଚଳର କୃଷକଙ୍କୁ ଦିଆଯିବ ସହାୟତା
31/12/2018 at 9:01 AM

ଭୁବନେଶ୍ବର ୩୧|୧୨: ଆଜି ରାଜ୍ୟର ଚାଷୀ ମାନଙ୍କ ପାଇଁ ଆରମ୍ଭ ହେଉଛି ବହୁଚର୍ଚ୍ଚିତ କାଳିଆ ଯୋଜନା। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସଚିବାଳୟରୁ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ବ୍ଲକର ଚାଷୀ ମାନଙ୍କୁ ଏହି ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରିବେ। କାଳିଆ ଯୋଜନା ଆରମ୍ଭ କରିବାକୁ ଗତ ୨୧ ତାରିଖରେ ରାଜ୍ୟ କ୍ୟାବିନେଟ୍ ରେ ନିଷ୍ପତ୍ତି ନିଆଯାଇଥିଲା । କୃଷି କ୍ଷେତ୍ରରେ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଏବଂ କୃଷକଙ୍କ ଦାରିଦ୍ର୍ୟ ହ୍ରାସ କରିବା ପାଇଁ ଏହି ଯୋଜନା ଆରମ୍ଭ କରୁଛନ୍ତି ରାଜ୍ୟ ସରକାର। କାଳିଆ ଯୋଜନାରେ ୩୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଲାଭ ପାଇବେ। ଏଥିରେ ପ୍ରତି ଚାଷୀ ପରିବାରକୁ ଉଭୟ ଖରିଫ ଓ ରବି ଫସଲ ପାଇଁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି ସହାୟତା ୨୦୧୮-୧୯ରୁ ୨୦୨୧-୨୨ ପର୍ଯ୍ୟନ୍ତ ୫ଟି ଫସଲ ଋତୁ ପାଇଁ ଲାଗୁ ହେବ। କାଳିଆ ଯୋଜନାରେ ଭୂମିହୀନ ଚାଷୀ ପରିବାରକୁ ଆର୍ଥିକ ସହାୟତା ସାଙ୍ଗକୁ ବୀମା ସୁରକ୍ଷା, ବିନା ସୁଧରେ ଫସଲ ଋଣ ମିଳିବ।