Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

ବିଜେପି ଚାପରେ ‘କାଳିଆ’ ଯୋଜନା ବନ୍ଦ: ସିଇଓଙ୍କ ପକ୍ଷପାତିତା ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେବ ବିଜେଡ଼ି

25/03/2019 at 4:22 PM

ଭୁବନେଶ୍ୱର, ୨୫/୩/୨୦୧୯: ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ବିଜେପି ଦ୍ୱାରା ପ୍ରଭାବିତ ହୋଇ କାର୍ଯ୍ୟ କରୁଛନ୍ତି ବୋଲି ବିଜୁ ଜନତା ଦଳ ବାରମ୍ବାର ଅଭିଯୋଗ କରିଆସୁଛି । ତାହାର ଆଉ ଏକ ଜ୍ୱଳନ୍ତ ପ୍ରମାଣ ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ‘କାଳିଆ’ ଯୋଜନାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ବନ୍ଦ କରିଦେଇଥିବା ଜାଣିବାକୁ ମିଳିଛି । ସିଇଓ ଚାପରେ ପଡ଼ି ଏଭଳି କରିଛନ୍ତି । ଲକ୍ଷ ଲକ୍ଷ ଚାଷୀଙ୍କ ସ୍ୱାର୍ଥକୁ ବଳି ଚଢ଼ାଇ ବିଜେପିର ଏଭଳି ହୀନ ରାଜନୀତି ଅତ୍ୟନ୍ତ ଦୁର୍ଭାଜ୍ୟଜନକ ବୋଲି କହିଛନ୍ତି ବିଜେଡ଼ି ମୁଖପାତ୍ର ଡ. ସସ୍ମିତ୍ ପାତ୍ର । ଏ ସମ୍ପର୍କରେ ନିର୍ବାଚନ କମିଶନଙ୍କ ପାଖରେ ଦଳ ଫେରାଦ ହେବ ବୋଲି ସେ କହଛନ୍ତି ।


ଡ. ପାତ୍ର କହିଛନ୍ତି, ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବାର ଯଥେଷ୍ଟ ପୂର୍ବରୁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଆରମ୍ଭ କରିଥିଲେ । ସେଥିପାଇଁ ଆବଶ୍ୟକ ଆର୍ଥିକ ଓ ପ୍ରଶାସନିକ ଅନୁମୋଦନ ନିଆଯାଇଥିଲା । ହିତାଧିକାରୀଙ୍କ ତାଲିକା ବି ପ୍ରସ୍ତୁତ ସରିଥିଲା । ମାତ୍ର ଏବେ ହଠାତ ମୁଖ୍ୟ ନିର୍ବାଚନ ଅଧିକାରୀ ଆଦର୍ଶ ଆଚରଣ ବିଧି କଥା ଉଠାଇ ‘କାଳିଆ’ ଯୋଜନା ସହାୟତାକୁ ବନ୍ଦ କରିବା ଆଦୌ ଗ୍ରହଣୀୟ ନୁହେଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।


ଆମେ ଏଠି ପଚାରିବାକୁ ଚାହୁଁ ଯେ ‘କାଳିଆ’ ଯୋଜନାର ପଛରେ ଆସିଥିବା କେନ୍ଦ୍ର ବିଜେପି ସରକାରଙ୍କ ‘ପ୍ରଧାନମନ୍ତ୍ରୀ କିଷାନ ଯୋଜନା’ ର କାର୍ଯ୍ୟଶୈଳୀ ଏକାଭଳି ହୋଇଥିଲେ ମଧ୍ୟ ତାହାକୁ ବନ୍ଦ କରାଯାଇନାହିଁ କାହିଁକି? ବିଜେପିର ଚାପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏଭଳି କରିଥିବା ଏହା ସ୍ପଷ୍ଟ କରୁନାହିଁ କି? ବିଜେପି ଚାପ ପ୍ରୟୋଗ କରି ‘କାଳିଆ’ ଯୋଜନା ବନ୍ଦ କରିବାକୁ ଉଦ୍ୟମ କରୁଥିବା ଆମେ ପୂର୍ବରୁ ଯେଉଁ ଆଶଙ୍କା କରୁଥିଲୁ, ତାହା ସତ୍ୟ ପ୍ରମାଣିତ ହେଲା ବୋଲି ଡ. ପାତ୍ର କହିଛନ୍ତି ।


ବିଜେପି ଚାଷୀଙ୍କ ସ୍ୱାର୍ଥ ବିରୋଧୀ ଏହା ସମସ୍ତେ ଜାଣନ୍ତି । ‘କାଳିଆ’ ଯୋଜନାକୁ ବନ୍ଦ କରିବା ତାହାର ଏକ ବଳିଷ୍ଠ ପ୍ରମାଣ । ଏଥିଯୋଗୁଁ କ୍ଷତିଗ୍ରସ୍ତ ହେବାକୁ ଥିବା ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ସେମାନଙ୍କୁ କ୍ଷମା ଦେବେ ନାହିଁ । ଚାଷୀଙ୍କ ସ୍ୱାର୍ଥ ସହ ଜଡ଼ିତ ପ୍ରସଙ୍ଗରେ ବିଜେପି ସଂକୀର୍ଣ୍ଣ ରାଜନୀତି କରି ନିଜ ସପକ୍ଷରେ ସମର୍ଥନ ଗୋଟାଇବାକୁ ଚାହୁଁଛି । ମାତ୍ର ରାଜ୍ୟର ଚାଷୀକୂଳ ଏବଂ ସେମାନଙ୍କ ପରିବାର ବିଜେପିକୁ କ୍ଷମା ଦେବେ ନାହିଁ ବୋଲି ଡ. ପାତ୍ର କହିଛନ୍ତି ।


ଏ ପ୍ରସଙ୍ଗରେ ବିଜେଡ଼ି ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେବ ବୋଲି ଡ. ପାତ୍ର ଜଣାଇବା ସହ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ମୁଖ୍ୟ ନିର୍ବାଚନ ଅଧିକାରୀ କାହା ଚାପରେ ନପଡ଼ିବା ପାଇଁ ଅନୁରୋଧ କରିଛନ୍ତି ।

   Related Posts