Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଟିକାକରଣ ଏକ କୋଟି ପାର, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ
  • ||
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୪୫୮୭ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଡିସଚାର୍ଜ
  • ||
  • ଜୁନ ୨୪ରେ ବୈଠକ ଡାକିଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ଦଳୀୟ କନ୍ଦଳ ନେଇ ହେବ ମାନସମନ୍ଥନ
  • ||
  • ଭଦ୍ରକ : ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ, ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ
  • ||
  • ଭୁବନେଶ୍ବର : କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ – ଡିଏମଇଟି
  • ||
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଇଟ୍ଟାନଗର : ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା
  • ||
  • ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ – ନିରଞ୍ଜନ ମିଶ୍ର
  • ||
  • ଭୁବନେଶ୍ବର : ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ପାଟଣା : ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ
  • ||

୨୬ ତାରିଖ ସୁଦ୍ଧା ଚାଷୀଙ୍କ ଆକାଉଣ୍ଟରେ ପହଞ୍ଚିବ କାଳିଆ ଯୋଜନା ଟଙ୍କା

12/01/2019 at 11:47 AM

ଭୁବନେଶ୍ବର ୧୨|୧: ଆସନ୍ତା ଜାନୁଆରୀ ୨୬ ତାରିଖ ସୁଦ୍ଧା ଚାଷୀଙ୍କ ଆକାଉଣ୍ଟରେ ପହଞ୍ଚିବ କାଳିଆ ଯୋଜନା ଟଙ୍କା । ବର୍ତ୍ତମାନ ସୁଦ୍ଧା ୧୨ ଲକ୍ଷ ୪୦ହଜାର ହିତାଧିକାରୀଙ୍କ ଆକାଉଣ୍ଟରେ ଟଙ୍କା ଦାଖଲ ହୋଇଛି । ୧୫ତାରିଖ ପରେ ଅନ୍ୟ ହିତାଧିକାରୀଙ୍କ ଫର୍ମ ଯାଞ୍ଚ ପରେ ବାକି ଆକାଉଣ୍ଟକୁ ଟଙ୍କା ଯିବ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ।

ଗତ ୩୧ ତାରିଖରେ ରାଜ୍ୟ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାର ଶୁଭାରମ୍ଭ କରିଥିଲେ | ଚାଷୀଙ୍କ ଆୟ ବୃଦ୍ଧି ଓ ସହାୟତା ପାଇଁ ଉଦ୍ଦିଷ୍ଟ ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୨୫ ତାରିଖ ପରେ ଚାଷୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ୨୧ ଲକ୍ଷ ଚାଷୀଙ୍କର ଚିଠା ତାଲିକା ମଧ୍ୟ ଉନ୍ମୋଚନ କରିଥିଲେ ।

ଗତ ୧୦ତାରିଖରେ କାଳିଆ ଯୋଜନା ପାଇଁ ଫର୍ମ ମିଳିବା ଏବଂ ଆବେଦନ କରିବାର ଶେଷ ତାରିଖ ଥିଲା । ତେବେ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଆବେଦନ କରିବାର ଶେଷ ତାରିଖ ଜାନୁଆରୀ ୧୫ ପର୍ଯ୍ୟନ୍ତ ବଢାଇଥିଲେ । । ସେହିଭଳି ଦ୍ବିତୀୟ ପର୍ଯ୍ୟାୟ ଫର୍ମ ଜାନୁଆରୀ ୨୫ତାରିଖରୁ ମିଳିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା । କିନ୍ତୁ ଆବଶ୍ୟକ ହେଲେ ପୁଣି ୩ୟ ପର୍ଯ୍ୟାୟ ଆବେଦନ ପାଇଁ ସମୟ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

କାଳିଆ ଯୋଜନାରେ ଆବେଦନ ପାଇଁ ଗତ କିଛି ଦିନ ହେଲା ବିଭିନ୍ନ ସ୍ଥାନରୁ ଅଘଟଣ ଖବର ହସ୍ତଗତ ହେବାରେ ଲାଗିଥିଲା । ଫର୍ମ ସଂଗ୍ରହଠୁ ଆରମ୍ଭ କରି ଆବେଦନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପ୍ରବଳ ଭିଡ ଯୋଗୁଁ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେବେ ମୁଖ୍ୟମନ୍ତ୍ରୀ କହିଥିଲେ ଯୋଜନାରେ ସମସ୍ତ ଚାଷୀଙ୍କୁ ନିଶ୍ଚିତ ଅନ୍ତର୍ଭୁକ୍ତ କରାଯିବ । 

   Related Posts