ବିଗିଡିଲା କାଳିଆର ସ୍ବାସ୍ଥ୍ୟାବସ୍ଥା, ଭେଣ୍ଟିଲେଟରରେ ଭର୍ତ୍ତି

Published By : Prameya-News7 Bureau | September 27, 2019 IST

କଟକ ୨୭।୯: କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି ଜଗା-କାଳିଆ । ଜଗାର ସୁସ୍ଥ ଥିବାବେଳେ କାଳିଆର ସ୍ବାସ୍ଥ୍ୟାବସ୍ଥା ବିଗିଡିଥିବା ସୂଚନା ମିଳିଛି । କାଳିଆ ଅସୁସ୍ଥ ହେବାରୁ ତାକୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି । ଏସସିବିର ସ୍ବତନ୍ତ୍ର ଡାକ୍ତରୀ ଟିମ୍ କାଳିଆର ଚିକିତ୍ସାରେ ଲାଗିପଡିଛନ୍ତି । କାଳିଆ ଖୁବଶୀଘ୍ର ସୁସ୍ଥ ହେବା ନେଇ ଡାକ୍ତରୀ ଟିମ୍ ଉଦ୍ୟମ ଜାରି ରଖିଛନ୍ତି ।

ସୂଚନାଯୋଗ୍ୟ ଗତ ଅଗଷ୍ଟ ମାସ ୮ ତାରିଖରେ ଯୋଡା ମୁଣ୍ଡରୁ ଅଲଗା ହୋଇଥିବା ଦୁଇ ଭାଇ ଜଗା- କାଳିଆଙ୍କୁ ଦିଲ୍ଲୀ ଏମସରୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ଜଗା-କାଳିଆଙ୍କ ଚିକିତ୍ସା ପାଇଁ ଏସସିବିରେ ୧୪ ଜଣିଆ ଡାକ୍ତରୀ ଟିମ୍ ନିୟୋଜିତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.