Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

୩ ବର୍ଷର ଶିଶୁ ନିଖୋଜ ଘଟଣା: କୂଅରୁ ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

17/12/2020 at 3:36 PM

ଢ଼େଙ୍କାନାଳ୧୭/୧୨: କୂଅରୁ ଉଦ୍ଧାର ହେଲା କାଳିଆର ମୃତଦେହ। ପରିବାର ଲୋକେ ଆଣି​‌ଲେ ହତ୍ୟା ଅଭିଯୋଗ। ଗାଁ ଦାଣ୍ଡରେ ଖେଳୁଥିବା ବେଳେ କାଳିଆ ହଠାତ୍‌ କୁଆଡ଼େ ଗାୟବ ହୋଇଯାଇଥିଲା। କାଳିଆକୁ ଖୋଜି ଖୋଜି ପରିବାର ଲୋକେ ନୟାନ୍ତ ହୋଇପଡିଥିଲେ। ପରେ କୂଅରୁ କାଳିଆର ମୃତଦେହ ଉଦ୍ଧାର ହୋଇଛି। ତେବେ କାଳିଆ କେମିତି କୂଅରେ ପଡିଲା ?  ତାହାକୁ ନେଇ ଧୀରେ ଧୀରେ ସନ୍ଦେହ ଘନେଇବାରେ ଲାଗିଛି। ରାଜ୍ୟରେ ଶିଶୁ ନିଖୋଜ ଘଟଣା ବଢ଼ୁଥିବା ବେଳେ କୂଅରୁ କାଳିଆର ମୃତଦେହ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ସୂଚନାଥାଉକି ଗତକାଲି ଠାରୁ ନିଖୋଜ ଥିବା ୩ ବର୍ଷର ଶିଶୁ କାଳିଆ ଅଚାନକ ଗାୟବ ହୋଇଯାଇଥିଲେ। ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ  ଥାନା ଅନ୍ତର୍ଗତ ଖଙ୍କିରା ଗ୍ରାମରେ ଏପରି ଘଟଣା ଘଟିଛି। ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଢେଙ୍କାନାଲ ଜିଲ୍ଲା ନିହଲପ୍ରସାଦ  ଥାନା ଅନ୍ତର୍ଗତ ଖଙ୍କିରା ଗ୍ରାମର ଏପରି ସମ୍ବେଦନ ଶୀଳ ଘଟଣାକୁ ନେଇ ବେଶ ଆଲୋଡନ ସୃଷ୍ଟି କରିଛି। ଶିଶୁଟିକୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମୃତ ଶିଶୁଟି ଖଙ୍କିରା ଗ୍ରାମର ଚନ୍ଦନ ସାହୁଙ୍କ ପୁଅ କାଳିଆ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କାଳିଆକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଫଳରେ ସେହି ଗାଁର ପିଟୁର ବୋହୂ ତାଙ୍କ ପୁଅକୁ ମାରି କୂଅରେ ପିଙ୍ଗି ଦେଇଥିବା ପରିବାର ଲୋକେ କହିଛନ୍ତି। ଶିଶୁର ମୃତ ଦେହକୁ କୂଅରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

   Related Posts