ମିଶିବ କାଳିଆ ଓ ପିଏମ୍‌ କିଶାନ ଯୋଜନା- ବାଦ ପଡିଥିବା ହିତାଧିକାରୀ କାଳିଆ ଯୋଜନାରୁ ପାଇବେ ଟଙ୍କା

Published By : Prameya-News7 Bureau | December 05, 2019 IST

ଭୁବନେଶ୍ୱର ୦୫।୧୨ - ଥମୁନାହିଁ ଚାଷୀଙ୍କ ସହାୟତା ପାଇଁ ଉଦ୍ଦିଷ୍ଟ ରାଜ୍ୟ ସରକାରଙ୍କ 'କାଳିଆ' ଏବଂ କେନ୍ଦ୍ର ସରକାରଙ୍କ ପିଏମ୍ କିଷାନ ଯୋଜନାକୁ ନେଇ ଚର୍ଚ୍ଚା । କେତେବେଳେ ହିତାଧିକାରୀ ତାଲିକା ତ, ପୁଣି କେତେବେଳେ ଯୋଜନାର ସଫଳ କାର୍ଯ୍ୟକାରିତା ନେଇ ଚାଲିଥିଲା ବାଦିପାଲା । ଏବେ, ଉଭୟ ଯୋଜନାର ମିଶ୍ରଣ ନିଷ୍ପତ୍ତି ପରେ ବି ରାଜନୈତିକ ଆକ୍ଷେପ-ପ୍ରତି ଆକ୍ଷେପର ପର୍ବ କିଛି କମ ନୁହେଁ ।  

{"id":194333,"sizeSlug":"large"}

 ମିଶିବ ତଥାପି ରହିବ। କାଳିଆ ଓ ପିଏମ କିଶାନ ଯୋଜନା ମିଶିଯିବ । ନେଇ ଗତକାଲିଠାରୁ ଲାଗିଥିବା ସସ୍ପେନସରେ ପୂର୍ଣ୍ଣଛେଦ ଟାଣିଛନ୍ତି ଖୋଦ୍ କୃଷିମନ୍ତ୍ରୀ ଅରୁଣ ସାହୁ । ମନ୍ତ୍ରୀ ମାନିଛନ୍ତି ଯେ ଯେଉଁ ହିତାଧିକାରୀ ମିଶ୍ରଣ ଯୋଜନାରୁ ବାଦ୍ ପଡିଯିବେ ସେମାନଙ୍କୁ ରାଜ୍ୟ ସରକାର କାଳିଆ ଯୋଜନାରେ ସହାୟତା ଦେବେ  ।

{"id":194334,"sizeSlug":"large"}

ଅର୍ଥାତ ମିଶିକି ବି କାଳିଆ ନିଜ ଅସ୍ତିତ୍ବ ରଖିବ। ଦୁଇ ଯୋଜନା ମିଶିଗଲେ ବି ଯେହେତୁ ପିଏମ୍ କିଷାନରେ ଭୂମିହୀନ ଚାଷୀ ଓ କୃଷି ଶ୍ରମିକଙ୍କ ପାଇଁ କିଛି ବ୍ୟବସ୍ଥା ନ ଥିଲା ସେମାନଙ୍କ ଭିତରୁ ୧୪ ଲକ୍ଷ ୭୦ ହଜାର ହିତାଧିକାରୀଙ୍କୁ ବାର୍ଷିକ ୧୨ ହଜାର ୫ ଶହ ଟଙ୍କା ପୂର୍ବଭଳି  ମିଳିବ କାଳିଆ ଯୋଜନାରୁ । ଏକଥାକୁ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

{"id":194335,"sizeSlug":"large"}

ଏକଥା ମନ୍ତ୍ରୀ  କହିବା ପରେ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଯେ ମିଶ୍ରଣ ଯୋଜନାର ନୂଆ ନାଁ କଣ ହେବ । ଯେହେତୁ ମିଶ୍ରଣ ଯୋଜନାରେ କେନ୍ଦ୍ରର ୬ ହଜାର ଓ ରାଜ୍ୟର ୪ ହଜାର ଟଙ୍କା ଏଭଳି ମୋଟ ୧୦ ହଜାର ଟଙ୍କା ମିଳିବ ତାହାଲେ କିଏ ଶ୍ରେୟ ନେବ ତାକୁ ନେଇ ଆଗକୁ ଭିଡା ଓଟରା ହେବ କି ? 

{"id":194336,"sizeSlug":"large"}

ନିର୍ବାଚନ ପୂର୍ବରୁ ଏହି ଦୁଇ ଯୋଜନାକୁ ନେଇ ବେଶ୍ ତୁତୁ ମେଁମେଁ ହୋଇଥିବା ଦୁଇ ଦଳଙ୍କ  ନୂଆଷ୍ଟାଣ୍ଡ କଣ ହେବ । ଯେଉଁ ହିତାଧିକାରୀଙ୍କ ଉଭୟ ଯୋଜନାରେ ନାଁ ଥିଲା ସେମାନେ କାଳିଆରୁ ୧୦ ଓ ପିଏମ କିଶାନରୁ ୬ ଏଭଳି ୧୬ ହଜାର ପାଇଥାନ୍ତେ। କିନ୍ତୁ ଏହା ବଦଳରେ ଏବେ ସେମାନେ ପାଇବେ ୧୦ ହଜାର । ଅର୍ଥାତ ୬ ହଜାର କ୍ଷତିରେ ରହିବେ କିଛି ହିତାଧିକାରୀ । ହେଲେ ରାଜ୍ୟ ସରକାରଙ୍କ ଏଭଳି ଡବଲ ରୋଲକୁ ସମାଲୋଚନା କରିଛନ୍ତି ବିରୋଧୀ । ରାଜ୍ୟ ସରକାର ଚାଷୀଙ୍କୁ ଠକିଲେ ବିରୋଧୀ ଅଭିଯୋଗ କରିଛନ୍ତି।

{"id":194337,"sizeSlug":"large"}

 ଏସବୁ ଭିତରେ ଦ୍ବିତୀୟ କିସ୍ତି ଟଙ୍କା କେବେ ମିଳିବ ଅପେକ୍ଷା କରିଛନ୍ତି ଚାଷୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.