ରାଜ୍ୟର ବିଭିନ୍ନ କାଳୀ ମନ୍ଦିରରେ ପୂଜାର୍ଚ୍ଚନା ; ମାଆ କାଳୀଙ୍କ ଆରାଧନା ସହିତ ମନ୍ତ୍ର ପାଠରେ କମ୍ପୁଛି ପୀଠ

Published By : Prameya-News7 Bureau | November 07, 2018 IST

ଭୁବନେଶ୍ବର ୭|୧୧:   ରାଜ୍ୟର ବିଭିନ୍ନ କାଳୀ ମନ୍ଦିରରେ କାଳିପୂଜା ଆରମ୍ଭ ହୋଇଛି । ମା କାଳୀଙ୍କ ଆରାଧନା ସହିତ ମନ୍ତ୍ର ପାଠରେ କମ୍ପୁଛି ପୀଠ । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରେ ସପ୍ତମାତୃକା ବେଶ ଓ ସପ୍ତଦିବସ ବ୍ୟାପୀ ମହାଯଜ୍ଞ ହୋଇଛି । ଆଜି ମହାକାଳୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା । କଟକର ବିଭିନ୍ନ ପୀଠରେ ରୀତିନୀତି ଅନୁଯାୟୀ ମା କାଳୀଙ୍କ ପୂଜାର୍ଚ୍ଚନା କରାଯାଇଛି । ଶ୍ମଶାନ କାଳୀ, ଶ୍ୟାମାକାଳୀ ମନ୍ଦିରରେ ପାରମ୍ପାରିକ ଅନୁଯାୟୀ ପୂଜା ଚାଲିଛି । ଏପଟେ ଭୁବନେଶ୍ବରରେ ଥିବା ଦୁଇଟି କାଳୀ ମନ୍ଦିରରେ ବିଶେଷ ପ୍ରସ୍ତୁତି କରାଯାଇଛି । ବରମୁଣ୍ଡାରେ ଥିବା ମା ଦକ୍ଷୀଣକାଳୀ ପୀଠ ଏବଂ ସତ୍ୟନଗରରେ ଥିବା ମା ସତ୍ୟକାଳୀ ବା ଶ୍ମଶାନ କାଳୀଙ୍କ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ସେହିପରି ଆଜିଠୁ ମଣ୍ଡପରେ ଶକ୍ତି ସ୍ବରୂପିଣୀ ମାଆ କାଳୀଙ୍କ ରୁଦ୍ରରୂପରେ ମୃଣ୍ମୟୀ ମୂର୍ତ୍ତି ପୂଜା ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.