Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

କୋଭିଡ୍ କଟକଣା ମଧ୍ୟରେ ଚାଲିଛି କାଳୀ ପୂଜା, ସବୁଠି ନୈରାଶ୍ୟ, ବାହାରୁ ଦୀପ ଜାଳି ଫେରୁଛନ୍ତି ଭକ୍ତ

14/11/2020 at 9:19 PM

ଭଦ୍ରକ ୧୪/୧୧: କଟକଣା ମଧ୍ୟରେ କାଳୀପୂଜା ପାଳନ ହେଉଛି । ଭଦ୍ରକ ଜିଲ୍ଲାର ଐତିହାସିକ କାଳୀପୂଜା ମଧ୍ୟ ଏଥର ପ୍ରଭାବିତ ହୋଇଛି। ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ସହ ଅନ୍ୟାନ୍ୟ ପୀଠରେ କାଳୀପୂଜା ପାଇଁ ସ୍ଵତନ୍ତ୍ର ରୀତିନୀତି ଅନୁଷ୍ଠିତ ହେଉଥିବା ବେଳେ ମଣ୍ଡପ ଗୁଡିକରେ ମାଙ୍କ ଆବାହନ ବିଳମ୍ବିତ ରାତ୍ରିରେ ଆରମ୍ଭ ହେବ।

ଆରମ୍ଭ ହୋଇଛି ମା କାଳୀଙ୍କ ପୂଜା । କିନ୍ତୁ ସବୁଠି ନୈରାଶ୍ୟ । ପୀଠ ଓ ମଣ୍ଡପ ରେ ପୂଜା ସିନା ହେଉଛି କିନ୍ତୁ କରୋନା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରି ହୋଇ ଠିଆ ହୋଇଛି । ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରେ ସପ୍ତମାତୃକା ବେଶର ପ୍ରଥମ ଦିନରେ ମା ବେଦମାତା ବେଶରେ ସୁସଜ୍ଜିତ ହୋଇଛନ୍ତି। ଏହି ବେଶ ରେ ଦର୍ଶନ କାଲେ ସକଳ ବୁଦ୍ଧି ଓ ସମୃଦ୍ଧି ମିଳିଥାଏ । କରୋନା କଟକଣା ପାଇଁ କଳସ ଶୋଭାଯାତ୍ରାରେ ଭକ୍ତଙ୍କୁ ବାରଣ କରାଯାଇଛି। ମନ୍ଦିର ପରିସର ଓ ନିକଟବର୍ତ୍ତୀ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି । ସେହିପରି ଦକ୍ଷିଣେଶ୍ଵରର କାଳୀ ଓ ପଥରକାଳୀଙ୍କ ପୀଠ ନିକଟରେ କଟକଣା ଜାରି ଥିବାରୁ ଭକ୍ତ ବାହାରୁ ଦୀପ ଜାଳି ଫେରୁଛନ୍ତି।

ବିଭିନ୍ନ ମଣ୍ଡପରେ ମଧ୍ୟ ସମାନ କଟକଣା ରହିଛି । ମୂର୍ତ୍ତିର ଉଚ୍ଚତା ୪ ଫୁଟ ରହିଛି । ମଣ୍ଡପର ତିନି ପାଖ ଆବଦ୍ଧ ଥିବା ବେଳେ ସମ୍ମୁଖ ଭାଗ କୁ ମଧ୍ୟ ବନ୍ଦ କରାଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରହିଛି । ପୁଲିସ ତରଫରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୨ ଟି ସ୍ଥାନରେ ପୁଲିସ ଫୋର୍ସ ମୃତୟନ ହୋଇଛନ୍ତି । ପଥରକାଳି ଅଞ୍ଚଳରେ ରେଳବାଇ ପୁଲିସ ଓ ପୁଲିସ ମିଳିତ ଭାବେ ମୃତୟନ ହୋଇଛନ୍ତି। ୧୨ ପ୍ଲାଟୁନ ପୁଲିସ ଫୋର୍ସ , ୧୫ ଜଣ ଅଫିସର ନିଯୋଜିତ ହୋଇଛନ୍ତି ।  ବାଣ ଦୋକାନୀ ମାନଙ୍କ ର ଲାଇସେନ୍ସ ସାମୟିକ ଭାବେ ବାତିଲହୋଇଛି । ଜିଲ୍ଲା ପ୍ରଶାସନ ମଧ୍ୟ କାରୋନା କଟକଣା କୁ ଯେମିତି କେହି ନ ଭାଙ୍ଗନ୍ତି ସେଥିପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି ।

   Related Posts