ରାୟଗଡା ୦୪।୧୧ - ରାୟଗଡାରେ ଧୁମଧାମରେ ଚାଲିଛି ମା’ କାଳୀଙ୍କ ପୂଜା । ଚିକିମିକ୍ ଆଲୁଅରେ ଝଲସୁଛି ପୂଜା ମଣ୍ଡପ । ପ୍ରଥମ ଥର ପୂଜା ଆେୟ।ଜନକୁ ନେଇ ଉତ୍ସାହିତ ଅଞ୍ଚଳବାସୀ । ମୀନାବଜାର ବୁଲା ସାଙ୍ଗକୁ ମେଲେ।ଡିରେ କମ୍ପୁଛି ମଇଦାନ ।
କାଳୀପୂଜାକୁ ନେଇ ଉତ୍ସବମୁଖର ରାୟଗଡା ଜିଲ୍ଲାର ମୁନିଗୁଡା ଅଞ୍ଚଳ । ସୁଉଚ୍ଚ ତେ।ରଣ ସାଙ୍ଗକୁ ରଙ୍ଗୀନ୍ ଆଲେ।କମାଳାରେ ଝଲସୁଛି ପୂଜା ମଣ୍ଡପ । ଧୂମଧାମରେ ଚାଲିଛି ମା’ ଦକ୍ଷିଣକାଳୀ,ଭୁବନେଶ୍ବରୀ, ଉଗ୍ରତାରା, ବଗଳାମୁଖି ଙ୍କ ସମେତ ଦଶ ମହାଦେବୀ । ପ୍ରତିଦିନ ସକାଳୁ ମାଁଙ୍କ ପ୍ରାତଃ ଆଳତି,ସୂର୍ଯ୍ୟ ପୂଜା, ଘଟପୁଜା, ମଣ୍ଡଳପୁଜା, ମାଙ୍କ ଶୋଡଶ ଉପଚାର ପୂଜା ଅନ୍ନଭୋଗ, ଚଣ୍ଡିପାଠ ଅନୁଷ୍ଠିତ ହେଉଛି ।ସକାଳେ ସନ୍ଧ୍ୟରେ ମା’ଙ୍କୁ ଦର୍ଶନ କରି ଆଶିଷ ନେଉଛନ୍ତି ଶ୍ରଦ୍ଧାଳୁ ।
ପ୍ରଥମ ଥର ପାଇଁ ସହରେ ଆୟେ।ଜିତ ହେ।ଇଛି କାଳୀପୂଜା ।ତେଣୁ ପୂଜାକୁ ଆକର୍ଷଣୀୟ କରିବାକୁ ସବୁ ପ୍ରୟାସ କରିଛନ୍ତି ପୂଜା କମଟି । ଦର୍ଶକଙ୍କ ପାଇଁ ମୀନା ବଜାର ଓ ସନ୍ଧ୍ୟାରେ ମେଲୋଡି କାର୍ଯ୍ୟକ୍ରମର ଆୟେ।ଜନ କରାଯାଉଛି । ପୂଜା ଦେଖିବାକୁ ଜିଲ୍ଲା ସମେତ ପଡୋଶୀ କଳାହାଣ୍ଡି, କନ୍ଧମାଳ ଏପରିକି ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ଆସୁଛନ୍ତି ଶ୍ରଦ୍ଧାଳୁ ।
୨୬ ତାରିଖରୁ ପୂଜା ଆରମ୍ଭ ହେ।ଇଥିବା ବେଳେ ନଭେମ୍ବର ୬ରେ ହେବ ଭସାଣ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।