Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ବେଦମାତା ବେଶରେ ମା ଭଦ୍ରକାଳୀ , କରୋନା କଟକଣା ଯୋଗୁଁ ଫିକା ପଡିଛି ପୂଜା

14/11/2020 at 11:28 AM

ଭଦ୍ରକ ୧୪।୧୧: ଆଜିଠାରୁ ଆରମ୍ଭ ହେଉଛି ଭଦ୍ରକର ଐତିହାସିକ କାଳୀ ପୂଜା । ଏହି  ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେଵୀ ମା ଭଦ୍ରକାଳୀଙ୍କ ଆଜି ସପ୍ତମାତୃକା ବେଶ ଅନୁଷ୍ଠିତ ହେଉଛି ।  ସପ୍ତମାତୃକା ବେଶର ପ୍ରଥମ ଦିନରେ ମା ଆଜି ବେଦମାତା ବେଶ ଧାରଣ କରିଛନ୍ତି । 

ଏହି ବେଶରେ ମା ହାତରେ ବେଦ ଓ ରୁଦ୍ରାକ୍ଷ ମାଳାଧାରଣ କରିଛନ୍ତି । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ମା ଭଦ୍ରକାଳୀ ପୀଠ । କିନ୍ତୁ କରୋନା କଟକଣା ଯୋଗୁଁ ଏଥର ଫିକା ପଡିଛି ମା ଙ୍କ ପୂଜା । କେବଳ ବିଧି ଅନୁଯାୟୀ ମା ଙ୍କର ପୂଜା ଅନୁଷ୍ଠିତ ହେବ । ଆଜି ବେଦମାତା ବେଶରେ  ଦର୍ଶନ କଲେ  ପରିବାରରେ ମଙ୍ଗଳ ହେବା ସହ ବୁଦ୍ଧି , ଜ୍ଞାନ ଉଦୟ ସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଆସନ୍ତାକାଲି ମା ମହାକାଳୀ ବେଶ ଧାରଣ କରିବେ ।

   Related Posts