ମେଲାଣି ନେଲେ ମାଆ, ୧୦ ଦିନ ପରିବର୍ତ୍ତେ ୨ଦିନରେ ସରିଛି ପୂଜା

Published By : Prameya-News7 Bureau | November 16, 2020 IST

ଭଦ୍ରକ ୧୬।୧୦: ମେଲାଣି ନେଲେ ମାଆ । ୨ଦିନ ଧରି ପୂଜା ମଣ୍ଡପରେ ପୂଜା ପାଉଥିବା ମାଆକାଳୀଙ୍କୁ ଆଜି ବିସର୍ଜନ କରାଯାଇଛି । ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳରେ ଥିବା ୧୦ଟି ପୂଜା ମଣ୍ଡପରେ ପୂଜା ପାଇ ଆସୁଥିଲେ ମାଆ । ଚଳିତ ବର୍ଷ କୋଭିଡ଼ କଟକଣା ମଧ୍ୟରେ ପୁରା ନିରାଡମ୍ବର ଭାବେ ପୂଜା ଆୟୋଜିତ ହୋଇଥିଲା ।

{"id":362476,"sizeSlug":"large"}

ରାଜ୍ୟର କରୋନା କଟକଣାକୁ ଦୃଷ୍ଟିରେ ରଖି ମଣ୍ଡପରେ କମ୍‌ ସଂଖ୍ୟକ ଲୋକଙ୍କୁ ନେଇ ପୂଜା କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସରକାରଙ୍କ କଟକଣା ମାନି ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳର ୧୦ଟି ମଣ୍ଡପରେ ପୂଜା ପାଉଥିଲେ ମାଆ ।  ୧୦ ଦିନ ଧରି ପୂଜା ପାଇଥାନ୍ତି ମାଆ, କିନ୍ତୁ ଚଳିତ ବର୍ଷ କରୋନା କଟକଣା ଲାଗି ମାତ୍ର ୨ଦିନରେ ପୂଜା ସରିଯାଇଛି , ଏବଂ ଆଜି ବିସର୍ଜନ କରାଯାଇଛି । କୋଭିଡ କଟକଣାରେ ପୂଜା ହୋଇଥିବାରୁ, ମାଆଙ୍କୁ ଦର୍ଶନ କରିବାରେ ବଞ୍ଚିତ ହୋଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ପୂଜା ପରି ବିସର୍ଜନ ମଧ୍ୟ ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ ଆୟୋଜନ କରାଯାଇଛି । ଭଦ୍ରକ ପୌରପାଳିକା ପକ୍ଷରୁ କରାଯାଇଥିବା ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.