Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର ରୋଡ୍ : ଉପ-କାରାଗାରରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଢେଙ୍କାନାଳ : ଜଙ୍ଗଲୀ ଜନ୍ତୁକୁ ମାରି ମାଂସ ଭାଗବଣ୍ଟା କଲେ, ଭାଗ ଛିଡିଲାନି ବୋଲି ଜଣଙ୍କୁ ମାରିଦେଲେ, ଅଭିଯୁକ୍ତ ଫେରାର
  • ||
  • ଚଣ୍ଡିଖୋଲ : କ୍ୟାବିନରୁ ୨ଶହ ଲିଟର ଡିଜେଲ ଜବତ, ଜଣେ ଗିରଫ
  • ||
  • ପଟ୍ଟାମୁଣ୍ଡାଇ : ନଦୀରେ ଭାସୁଛି କୁମ୍ଭୀରର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗାଁ ମୁହାଁ ହାତୀ ପଲ, ଭୟଭୀତ ଗ୍ରାମବାସୀ, ପଡିଲା ତାଟି କବାଟ
  • ||
  • ମନ୍ଦିର ନିକଟରେ ପଡିଛି ଅଜଣା ଯୁବକ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • କମୁଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୮ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୨୯୫୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଅମାନବୀୟ : ଗୋଡାଇବାରୁ କୁକୁରକୁ ହତ୍ୟା, ଜଣେ ଗିରଫ
  • ||
  • ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ଆସନ୍ତାକାଲି ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ କଟକଣା ଲାଗୁ
  • ||

କଟକ ବିଦ୍ୟାଧରପୁରରେ ଜମୁଛି କାଳୀପୂଜା : ୨୮ ମଣ୍ଡପରେ ଝଲସୁଛନ୍ତି ମା’ କାଳୀ, ଭସାଣରେ କାନ୍ଧରେ ମା’ଙ୍କୁ ବିସର୍ଜନ କରିବାର ରହିଛି ପରମ୍ପରା

3/11/2019 at 6:05 PM

କଟକ ୩।୧୧: କାଳୀପୂଜା ପାଇଁ ଝଲସୁଛି କଟକ ବିଦ୍ୟାଧରପୁର । ୨୮ଟି ମଣ୍ଡପରେ ପୂଜା ପାଉଛନ୍ତି ମା’ କାଳୀ । ସୁଉଚ୍ଚ ତେ।ରଣ ସାଙ୍ଗକୁ ଚିକମିକ ଆଲୁଅରେ ଝଲସୁଛି ସାରା ଅଞ୍ଚଳ । ଏଠି ଭସାଣ ଦିନ କାନ୍ଧରେ ମା’ଙ୍କୁ ବିସର୍ଜନ କରିବାର ପରମ୍ପରା ରହିଛି । 

କାଳୀ ପୂଜା ପାଇଁ ଚଳଚଞ୍ଚଳ କଟକ ବିଦ୍ୟାଧରପୁର । ଧୁମଧାମରେ ଚାଲିଛି ସାନ କାଳୀ ଓ ବଡ କାଳୀଙ୍କ ପୂଜା । ୨୮ଟି ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି । ରଙ୍ଗୀନ ଆଲେ।କମାଳାରେ ଝଲସୁଛି ପୁରା ଗାଁ । ଅନ୍ୟ ସ୍ଥାନ ଗୁଡିକରେ କାଳୀପୂଜାରେ ମା’ଙ୍କ ବିସର୍ଜନ ହେଉଥିବା ବେଳେ ଏଠାରେ ୪ଦିନ ଧୁମଧାମରେ ଚାଲେ ମା’ଙ୍କ ପୂଜା । ୧୬ଶହ ଖ୍ରୀଷ୍ଟାବ୍ଦୀରେ ଶ୍ରୀ ଚୈତନ୍ୟ ଦେବଙ୍କ ସହ ଓଡିଶା ଆସିଥିବା କିଛି ବଙ୍ଗୀୟ ପରିବାର କଟକର ଏହି ପୂର୍ବାଞ୍ଚଳରେ ବସତି ସ୍ଥାପନ କରିଥିଲେ । ଆଉ ତା ପରେ ମାଙ୍କର ଘଟ ପ୍ରତିଷ୍ଠା କରି ଆରମ୍ଭ ହୋଇଥିଲା ପୂଜା ।

ବଡ କାଳୀ ଓ ସାନ କାଳୀଙ୍କ ମହାତ୍ମ୍ୟ ଅନନ୍ୟ । ଏଠାରେ ପୂଜା ପାଉଥିବା କାଳୀଙ୍କ କେଶ ଛୋଟ ଛୋଟ ପିଲାଙ୍କ ପିହୁଳା ରୋଗୁ ଦୁର କରିଥାଏ ବେ।ଲି ବିଶ୍ବାସ । ତେଣୁ ବିଦ୍ୟାଧରପୁର କାଳୀ ଭସାଣୀରେ ସାନ କାଳୀ ଓ ବଡ କାଳୀଙ୍କୁ କାନ୍ଧରେ ବସାଇ ବିସର୍ଜନ କରନ୍ତି ଶ୍ରଦ୍ଧାଳୁ । ଏଥି ସହ ଆଉ ଏକ ଆକର୍ଷଣ ହେଉଛି ଭା’ଙ୍କ ଭସାଣରେ ହେଉଥିବା ମେଳଣ । ପ୍ରଥମ ଦିନ ସମସ୍ତ ମେଢ ସାହି ପରିକ୍ରମା କରି ମେଲଣ ପଡିଆରେ ଏକାଠ ହେ।ଇଥାଆନ୍ତି । ଏହା ପରେ ମହା ଆଡମ୍ବରରେ ପଡିଆକୁ ବିଜେ କରନ୍ତି ବଡ କାଳୀ ଓ ସାନ କାଳୀ । ତା ପରେ ଧୁମଧାମରେ ଅନୁଷ୍ଠିତ ହୁଏ ମେଳଣ ।

ଆସନ୍ତା ୫ ଓ ୬ ତାରିଖରେ ଅନୁଷ୍ଠିତ ହେବ ବିଦ୍ୟାଧରପୁର କାଳୀ ମେଢ ଭସାଣି । ସେଥିପାଇଁ କମିଶନରେଟ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

   Related Posts