Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଭଣ୍ଡ ବାବା ଚିକିତ୍ସା ନାଁରେ ଚଳାଉଥିଲା ସେକ୍ସ ରାକେଟ୍ : ଆପତ୍ତିଜନକ ଅବସ୍ଥାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍

23/10/2020 at 1:07 PM

ଲକ୍ଷ୍ନୌ ୨୩/୧୦: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସେକ୍ସ ରାକେଟ୍ ଚଲାଇବା ଅଭିଯୋଗରେ କଳା ବାବା ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିଛି। ଅଭିଯୋଗ ଅନୁସାରେ,ବାବା,ରୁମ୍ ଭିତରେ ଚିକତ୍ସା ନାମରେ ମହିଳାଙ୍କ ସହ ସେକ୍ସ ରାକେଟ୍ ଚଲାଇଥିଲେ।

ଏହା ବିଷୟରେ ସ୍ଥାନୀୟ ଲୋକଙ୍କୁ ଜଣା ପଡ଼ିବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ବାବା,ମହିଳା ଏବଂ ଆଉ ଜଣେ ବ୍ୟକ୍ତିଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରିଥିଲେ ଏବଂ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ କରି ଦେଇଥିଲେ। ପୋଲିସ୍ ବାବାକୁ ଗିରଫ କରି ଜେଲ୍ ପଠାଇ ଦେଇଛି।

ସୂଚନା ମୁତାବକ,ଲକ୍ଷ୍ନୌ ଥାନାର ହୁସୈନାବାଦରେ ଜଣେ ବାବା ମହିଳାଙ୍କ ଧଳା ଛଉ ଏବଂ ବନ୍ଧ୍ୟାତ୍ବର ଚିକିତ୍ସା କରିଥାଏ। କିନ୍ତୁ ସ୍ଥାନୀୟ ଲୋକେ ଅନେକ ଥର ସେଠାରେ ମହିଳା ଏବଂ ପୁରୁଷଙ୍କୁ ଯିବାର ଦେଖିଥିଲେ ଏବଂ ସେକ୍ସ ରାକେଟ ଚାଲିଥିବା କଥା ଜାଣି ପାରିଥିଲେ।

ଏହି ସମୟରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ବାବା ସହ ଜଣେ ମହିଳା ଏବଂ ପୁରୁଷଙ୍କୁ ଆପତ୍ତିଜନକ ସ୍ଥିତିରେ ଧରିଥିଲେ ଏବଂ ଭିଡିଓ କରିଥିଲେ ଯାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି କଳା ବାବାକୁ ଗିରଫ କରିଛି ଏବଂ ଆଇପିସିର ଧାରା 354, 354 B, 420 ରେ ମାମଲା ରୁଜୁ କରି ଜେଲ୍ ପଠାଇ ଦେଇଛି।

   Related Posts