ଆଜିଠୁ ୨୭ ତାରିଖ ମଧ୍ୟରେ ରାଜ୍ୟରେ କାଳବୈଶାଖୀ

Published By : Prameya-News7 Bureau | February 24, 2019 IST

ଭୁବନେଶ୍ବର ୨୪|୨:  ଫେବୃଆରୀରେ ମେ ମାସର ତାତି । ଡହ ଡହ ଖରା । ଆକାଶରୁ ବର୍ଷୁଛି ଅଗ୍ନି । ସକାଳ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଜରୁରୀ କାମ ନଥିଲେ ଘରୁ ବାହାରିବାକୁ ପସନ୍ଦ କରୁନାହାନ୍ତି ଲୋକେ । ତେବେ ଏହା ଭିତରେ ଆଜି ପାଗରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିବ । ଆଜିଠୁ ରାଜ୍ୟରେ ୨୭ ତାରିଖ ମଧ୍ୟରେ କାଳବୈଶାଖୀର ସମ୍ଭାବନା ରହିଛି ।

କାଳବୈଶାଖୀ ପ୍ରଭାବରେ ଓଡିଶାର ସମସ୍ତ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏଥିରେ ଝଡ ବର୍ଷା ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ମଧ୍ୟ ଆଶଙ୍କା ରହିଛି । ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

ଏହି ସମୟରେ ରାଜ୍ୟର ପ୍ରାୟତଃ ସମସ୍ତ ଜିଲ୍ଲାରେ ବର୍ଷା ହେବାର ଆଶଙ୍କା ରହିଛି । କାଳବୈଶାଖୀ ସମ୍ଭାବନା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରାଜ୍ୟରେ ଶୀତର ପ୍ରଭାବ ନଥିବାବେଳେ ଏବେଠାରୁ ଦିନରେ ଅସହ୍ୟ ଗରମ ଅନୁଭୂତ ହେଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.