ଆଉ ୧୨ ଘଣ୍ଟା ଯାଏଁ ଜାରି ରହିବ କାଳବୈଶାଖୀର ପ୍ରକୋପ ; ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ଝଡ ସହ ପ୍ରବଳ ବର୍ଷା

Published By : Prameya-News7 Bureau | February 28, 2019 IST

ଭୁବନେଶ୍ବର ୨୮|୨: ଆଜି ବି ଜାରି ରହିବ କାଳବୈଶାଖୀର ତାଣ୍ଡବ । ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ଝଡ ବତାସ ସହ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । କିଛି ଜିଲ୍ଲାରେ କୁଆପଥର ବର୍ଷା ସହ ବଜ୍ରପାତର ଆଶଙ୍କା ବି ରହିଛି। ଏହି ସମୟରେ ପବନର ବେଗ ମଧ୍ୟ ଅଧିକ ରହିବ । ଗତକାଲି ରାତିରେ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଅଧିକାଂଶ ସ୍ଥାନରେ ବିଜୁଳି କଟି ଯାଇଥିବା ବେଳେ କିଛି ସ୍ଥାନରେ ଗଛ ମଧ୍ୟ ଉପୁଡି ପଡିଥିଲା । କାଲି ବେଳକୁ ପାଗରେ କିଛିଟା ପରିବର୍ତ୍ତନ ହୋଇପାରେ । କାଳବୈଶାଖୀ ପ୍ରଭାବ କମିବ । ହେଲେ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ହାଲକା ବର୍ଷା ହେବ। ମାର୍ଚ୍ଚ ରୁ ପାଗ ଶୁଖିଲା ରହିବ। ୩ ତାରିଖରେ ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାରେ ହାଲକା ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.