Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଘଡଘଡି ସହ ବର୍ଷା, ୧୬ ଜିଲ୍ଲାକୁ ଆଲର୍ଟ କଲେ ପାଣିପାଗ ବିଭାଗ

18/04/2021 at 6:46 PM

ଭୁବନେଶ୍ଵର ୧୮।୦୪: ରାଜ୍ୟରେ ଆକାଶ ମେଘମୁକ୍ତ ରହିବା ସହିତ ପଶ୍ଚିମା ପବନ ବୋହିବା ଆରମ୍ଭ ହୋଇଛି। ଫଳରେ ପୁଣି ଥରେ ପାରଦ ଉପରମୁହାଁ ହେବା ସହ କିଛି କିଛି ସ୍ଥାନରେ ତାପମାତ୍ରା ୪୨ ରୁ ୪୩ ଡିଗ୍ରୀ ପର୍ଯ୍ୟନ୍ତ ରହିପାରେ। ସେପଟେ ଆସନ୍ତାକାଲି କାଳ ବୈଶାଖୀ କିଛି ଆଶ୍ଵସ୍ତି ଆଣିପାରେ । ଆସନ୍ତା ୨୪ ଘଣ୍ଟା ପାଇଁ ୧୬ ଜିଲ୍ଲାକୁ ଆଲର୍ଟ କରାଯାଇଛି। ଏହି ସମୟରେ ଘଡଘଡି ସହ ବର୍ଷା ହୋଇପାରେ। ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ରାଜ୍ୟରେ ପଶ୍ଚିମା ପବନ ବୋହିବା ଆରମ୍ଭ ହେଇଥିବା ବେଳେ ଆକାଶ ମେଘମୁକ୍ତ ରହିଛି । କିଛି ଦିନ ହେଲା ରାଜ୍ୟ କିଛି ଜିଲ୍ଲାକୁ ଛାଡି ଦେଲେ ପାରଦ ତଳମୁହାଁ ରହିଥିଲା। ତେବେ ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ପାରଦ ୨ରୁ ୩ଡିଗ୍ରୀ ବଢିବ ସହିତ କିଛି କିଛି ସ୍ଥାନରେ ୪୨ରୁ ୪୩ ଡିଗ୍ରୀ ଛୁଇଁ ପାରେ । 

ତେବେ ରାଜ୍ୟ ବାସୀଙ୍କୁ ପାଇଁ ଆଶ୍ୱସ୍ତି ଆଣୁଛି କାଳବୈଶାଖୀ। ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟ ଅଧା ଜିଲ୍ଲା ଅର୍ଥାତ ୧୬ ଜିଲ୍ଲାକୁ ଅନେଇ ୟଲୋ ଆର୍ଲଟ ଜାରି କରିଛି ପାଣିପାଗ ବିଭାଗ। ଖାସ କରି ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ  ଘଡଘଡି ସହିତ ବର୍ଷର ସମ୍ଭାବନା ରହିଛି । କିଛି ସମୟ ପାଇଁ ପବନର ବେଗ ୩୦ରୁ ୪୦କିମି ପର୍ଯ୍ୟନ୍ତ ରହିପାରେ । ଏଭଳି ପାଗ ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ରହିପାରେ । ଫଳରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖା ନ ଦେଇପାରେ।

   Related Posts