କୂଳ ଖାଉଛି ଗୋବରୀ ନଦୀ, ନଦୀ ଗର୍ଭରେ ଲୀନ ହେବ ଅନେକ ଘର

Published By : Prameya-News7 Bureau | September 11, 2019 IST

କେନ୍ଦ୍ରାପଡା ୧୧।୯: ଗୋବରୀ ନଦୀ କୂଳ ଖାଉଛି । ନଦୀ ଗର୍ଭରେ ଲୀନ ହୋଇଯିବାକୁ ବସିଛି କେନ୍ଦ୍ରାପଡା କଳାମାଟିଆର ଗାଁର ୪ ଟି ପରିବାରର ବାସଗୃହ । ଗତ ୨୦ ବର୍ଷ ଧରି ନଦୀ କୂଳ ଲଂଘିବାରେ ଲାଗିଛି । ଆଉ ହୁଏତ କିଛି ବର୍ଷ ପରେ ଏଠାରେ  କୌଣସି ଗାଁ  ରହି ନଥିବ  ବୋଲି ଆଶଙ୍କା କରାଯାଉଛି ।

{"id":156252}

ଦିନକୁ ଦିନ କୂଳ ଲଙ୍ଘୁଛି ଗୋବରୀ । ନଦୀ ଅତଡାରେ ରହୁଛନ୍ତି କେନ୍ଦ୍ରାପଡ଼ା କଳାମାଟିଆ ଗାଁର ୪ ପରିବାର । ନଦୀରେ ଜଳସ୍ତର ବଢିଲେ ଏ ପରିବାରଗୁଡ଼ିକର  ବଢୁଛି ଚିନ୍ତା । ବର୍ଷ ବର୍ଷ ଧରି ଗୋବରୀ ନଦୀ ଏଠାରେ  କୂଳ ଖାଇବା ସହ ନିଜର ରାସ୍ତା ନିଜେ ନିରୂପଣ କରୁଛି  । ପିଲା ଛୁଆଙ୍କୁ ସାଙ୍ଗରେ ଧରି ପ୍ରତି ମୂହୁର୍ତ୍ତରେ ନାନା ଆଶଙ୍କାରେ କାଳ କାଟୁଛନ୍ତି ଏଇ ୪ ପରିବାର ।  ଗଁ।ର ନାରାୟଣ ରାଉତ, ଭାସ୍କର ରାଉତ, ରମେଶ ରାଉତ, ଓ ଅଖିଳ ରାଉତଙ୍କ ଘର ରହିଛି ଏହି ନଦୀ ଅତଡାରେ। କେତେବେଳେ କୋଉ ମୁହୂର୍ତ୍ତରେ ଯେ ନଦୀ ଏମାନଙ୍କ ଘର ପରିବାରକୁ ଗ୍ରାସ କରିବ ତାହା କିଏ କହିବ।       

{"id":156253}

 ବିଗତ ୧୫ ବର୍ଷ ଭିତରେ କଳାମାଟିଆ ଗଁ।ର ପ୍ରାୟ ୪୦ ଏକର  ଜମି ଗ୍ରାସ କରିଛି ଗୋବରୀ ନଦୀ । କେବଳ ଯେ ବନ୍ୟା ସମୟରେ ତାହା ନୁହେଁ ବରଂ ବର୍ଷର ବିଭିନ୍ନ ସମୟରେ ନଦୀ ଉଗ୍ର ରୂପ ଧାରଣ କରେ। ମନ ଇଛା କଳାମାଟିଆ ଗଁ। ଉପରେ ଜୁଲମ କରେ । ଗୋଟେ ପଟେ କୂଳ ଲଙ୍ଘୁଥିବା ଗୋବରୀ ଆର କୂଳର ଫୋରଡ ଓ ଏଣ୍ଡର ଗଁ।ରେ ମାଟି ଜମା କରିବାରେ  ଲାଗିଛି। ନଦୀ କୂଳ ଖାଉଥିବା ସ୍ଥାନରେ ପଥର ପ୍ୟାକିଙ୍ଗ କରିବା ସହିତ ଲୋକମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

{"id":156254}

 ଆଗରୁ ଜମି ଯାଇଛି । ଆଉ ଏବେ ବାସ ଭୂମି ବିପଦରେ  । ପ୍ରଶାସନର ପଦକ୍ଷେପକୁ ଅପେକ୍ଷା କରି ବସି ରହିଛନ୍ତି ଗ୍ରାମବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.