ନିଜକୁ ମାଓବାଦୀ ଇନଫର୍ମର ପରିଚୟ ଦେବାକୁ ଜଣେ ଯୁବକ ଉପରେ ପ୍ରବଳ ଚାପ ପକାଉଛନ୍ତି କଳାହାଣ୍ଡି ଏସ୍ପି ! ମାନବାଧିକାର କମିଶନଙ୍କ ନୋଟିସ

Published By : Prameya-News7 Bureau | January 10, 2019 IST

ଭବାନୀପାଟଣା ୧୦|୧: ମାଓବାଦୀ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ନିର୍ଯାତନା ।ନିଜକୁ ମାଓବାଦୀ ଇନଫର୍ମର ପରିଚୟ ଦେବାକୁ ଜଣେ ଯୁବକ ଉପରେ ପ୍ରବଳ ଚାପ ପକାଉଛନ୍ତି ଜିଲ୍ଲା ଏସ୍‌ପି ।ପୋଲିସ ଦ୍ବାରା ବିନା କାରଣରେ ନିର୍ଯାତିତ ହେବାପରେ ଯୁବକ ଜଣକ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣା ପଦାକୁ ଆସିବା ପରେ ରାଜ୍ୟ ମାନବାଧିକାର କମିଶନ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଓ କଳାହାଣ୍ଡି ଏସ୍‌ପିଙ୍କୁ ନୋଟିସ୍‌ ଜାରି କରିଛନ୍ତି ।

{"id":72508}

ପୋଲିସ ବିରୋଧରେ ବିପ୍ଲବୀ  ଯୁବକବ୍ରିଟିଶ ନାଏକଙ୍କର  ଆହ୍ବାନ । ମାଓବାଦୀ ଇନ୍‌ଫର୍ମର ଦର୍ଶାଇ ତାଙ୍କୁ ପୋଲିସ କରୁଥିବା ହଇରାଣର ପ୍ରତିବାଦ । ଏ ହେଉଛନ୍ତି ଭବାନୀ ପାଟଣାର ବ୍ରିଟିଶ ନାଏକ । ଘର ଲାଞ୍ଜିଗଡ଼ ବ୍ଲକ୍‌ ବିଜେପୁର ଥାନା ଘାଟିକୁଣ୍ଡରୁ ଗାଁ ।  ବ୍ରିଟିଶଙ୍କ ଅଭିଯୋଗ ତାଙ୍କୁ  ମାଓବାଦୀ ପରିଚୟ ଦେବାକୁ ଚେଷ୍ଟା କରୁଛି ପୋଲିସ । ଗତ ଡିସେମ୍ବର ୨୨ରେ  ବ୍ରିଟିଶ ନାଏକ ଭବାନୀପାଟଣା ଶ୍ରମ କାର୍ଯ୍ୟାଳୟକୁ କାମରେ ଯାଇଥିବା ବେଳେ ତାଙ୍କୁ ପୋଲିସ ଉଠାଇ ନେଇଥିଲା ଏସ୍‌ପିଙ୍କ ଅଫିସକୁ। ମାଓବାଦୀ ସଂପୃକ୍ତି ଦର୍ଶାଇ ତାଙ୍କୁ ନିର୍ଘାତ ମାଡ଼ ମରାଯାଇଥିବା ସେ କହିଛନ୍ତି । ଏହାପରେ ପ୍ରତିଦିନ ସଂଧ୍ୟା ୪ଟାରୁ ୭ଟା ମଧ୍ୟରେ ବିଜେପୁର ଥାନାରେ ହାଜିରା ଦେବାକୁ ତାଗିଦ୍‌ କରାଯାଇଛି । …

{"id":72509}

ବ୍ରିଟିଶ ଗତ ଜାନୁଆରୀ ୧ ତାରିଖରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ରାଜ୍ୟ ମାନବ ଆଧିକାର କମିଶନ ମାମଲାରେ ହସ୍ତକ୍ଷେପ କରିଛନ୍ତି । ମାମଲାର ତଦନ୍ତ ପାଇଁ ଦକ୍ଷିଣ ପଶ୍ଚିମାଚଂଳ ଡିଆଇଜି ଓ କଳାହାଣ୍ଡି ଏସ୍ ପିଙ୍କୁ ନୋଟିସ ଜାରି କରିଛନ୍ତି କମିଶନ

{"id":72510}

ଏହି ମାମଲାରେ କଳାହାଣ୍ଡି ଏସ୍‌ପି ବାତୁଲା ଗଙ୍ଗଦେବଙ୍କ ପ୍ରତିକ୍ରିୟା ନେବାପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.