କଳାହାଣ୍ଡିରେ ଦୁଇଟି ଦୁର୍ଘଟଣା ; ଦୁର୍ଘଟଣାରେ ଜଣେ ଯବାନଙ୍କ ମୃତ୍ୟୁ

Published By : Prameya-News7 Bureau | May 08, 2018 IST

କଳାହାଣ୍ଡି ଖମାର ହଳଦୀ ବ୍ରିଜରେ ଦୁର୍ଘଟଣା | ଦୁଇ ବାଇକ ମଧ୍ୟରେ ମୁହଁ ମୁହିଁ ଧକ୍କା ହୋଇ ଜଣେ ଯବାନଙ୍କ ମୃତ୍ୟୁ ହୋଇଛି | ମୃତ ଯବାନ ବୁନ୍ଦାବାହାଲ ଗାଁର ଲକ୍ଷ୍ମୀଧର ରାଉତ | ଜଣେ ସମ୍ପର୍କୀୟଙ୍କ ବାହାଘରରେ ଯୋଗ ଦେବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି | ଅନ୍ୟ ପଟେ ତେରେନାମ ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ | ଦୁର୍ଘଟଣାରେ ୪ଜଣ ଆହତ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି | ଗୁରୁତରଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.