ନିଆଁଳି ଗାଁରେ ଡାଇରିଆ ଆତଙ୍କ, ୧୮ଜଣ ଆକ୍ରାନ୍ତ

Published By : Prameya-News7 Bureau | March 16, 2020 IST

କଳାହାଣ୍ଡି ୧୬।୦୩:  କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ନିଆଁଳି ଗାଁରେ ଡାଇରିଆ ଆତଙ୍କ । ଗାଁରେ ପତଳା ଝାଡ଼ାରେ ୧୮ଜଣ ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ନାବାଳକ ଅରୁଣ ହରିଜନଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ବିଶ୍ୱନାଥପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଲାଞ୍ଜିଗଡ଼ ସରକାରୀ ଏମଏଚୟୁ ଡାକ୍ତରୀ ଦଳ ନିଆଁଳି ଗାଁ ପହଞ୍ଚି ରୋଗୀଙ୍କୁ ଚିକିତ୍ସା କରିବା ସହ ଔଷଧ ଓ ORS ବଣ୍ଟନ କରିଛନ୍ତି । ପ୍ରଥମେ ପେଟ କାଟୁଛି। ପରେ ପତଳା ଝାଡା ହେବା ପରେ ଲୋକଙ୍କ ମୁଣ୍ଡ ବୁଲାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.