ଗଞ୍ଜାମ ଜିଲ୍ଲା ଗସ୍ତରେ କଳାହାଣ୍ଡି ପ୍ରକଳ୍ପ ନିର୍ଦ୍ଦେଶକ ସମେତ ବହୁ ପ୍ରଶାସନିକ ଅଧିକାରୀ ଓ ଯନ୍ତ୍ରୀ, ବୁଲି ଦେଖିଲେ ବିଭିନ୍ନ କାର୍ଯ୍ୟ

Published By : Prameya-News7 Bureau | September 22, 2021 IST

ଗଞ୍ଜାମ, ୨୨/୦୯: ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବଙ୍କ ନେତୃତ୍ୱରେ ବୁଧବାର ପୂର୍ବାହ୍ନରେ ଦିଗପହଣ୍ଡି ଓ ସାନଖେମୁଣ୍ଡି ଶେରଗଡ଼ ଆସିକା ବ୍ଲକ ଗସ୍ତରେ କଳାହାଣ୍ଡି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଆସି ବିଭିନ୍ନ ପଞ୍ଚାୟତର ଚାଲିଥିବା ବିକାଶମୂଳକ କାର୍ଯ୍ୟ ତଥା ପ୍ରକଳ୍ପ ଅନୁଧ୍ୟାନ କରିଥିବା ଜଣାପଡ଼ିଛି । ଖବରନୁଯାୟୀ, ଆଜି କଳାହାଣ୍ଡି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସମେତ ବ୍ଳକ ଅଧିନସ୍ଥ ୧୩ ଗୋଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବ୍ଳକ ସହକାରୀ ଯନ୍ତ୍ରୀ ଦିଗପହଣ୍ଡି ବ୍ଳକ ଗସ୍ତରେ ଆସି ସ୍ଥାନୀୟ ବ୍ଳକ ପ୍ରଶାସନ ପକ୍ଷରୁ କରାଯାଇଥିବା ଅନେକ ପ୍ରକଳ୍ପର ଅନୁଧ୍ୟାନ କରିବା ସହ ସେସବୁ ବୁଲି ଦେଖିଥିଲେ ।

ଦିଗପହଣ୍ଡି ବିଡ଼ିଓ ହଳଧର ଶବର ଓ ବ୍ଳକ ସହକାରୀ ଯନ୍ତ୍ରୀ ଗଙ୍ଗାଧର ଲେଙ୍କାଙ୍କ ଉପସ୍ଥିତିରେ ପ୍ରଥମେ କୋଟିନଡା ପଞ୍ଚାୟତର ନବନିର୍ମିତ ରୋଜଗାର ମେଳା ଗୃହ , ସିଦ୍ଧେଶ୍ୱରର ଆଦର୍ଶ ଟାଙ୍କି, ଗାଇଗୁହାଳ, ଗୋକର୍ଣ୍ଣପୁରର ଅତ୍ୟାଧୁନିକ ଗ୍ରାମାଞ୍ଚଳ ପାର୍କ, ବିଜୟଲକ୍ଷ୍ମୀ ନାରାୟଣପୁରର ଆଦର୍ଶ ଟାଙ୍କି ଓ ଭ୍ଯୁ - ପଏଣ୍ଟ, ବମକୋଇ ସାଗର ପଲ୍ଲୀର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ନିର୍ମାଣ ଦେଶୀ କୁକୁଡ଼ା ପ୍ରକଳ୍ପ, ଆଙ୍କୋରଡାର ମିଶନ ଶକ୍ତି ଗୃହ ପରିଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ସେଠାକାର କାର୍ଯ୍ୟ ଖସଡ଼ା, ପ୍ରକଳ୍ପର ଅଟକଳ ମୂଲ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଅନ୍ୟ ଅଧିକାରୀ ମାନଙ୍କୁ ପଚାରି ବୁଝିଥିଲେ । ସେହିପରି ମହାତ୍ମାଗାନ୍ଧୀ ନିଶ୍ଚିତ ଗ୍ରାମୀଣ କର୍ମୀ ନିଯୁକ୍ତି ଯୋଜନାରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ଏବଂ ସମ ଦିବସ  ସୃଷ୍ଟି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.