ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ବୋର୍ଡ ଡେପୁଟି ମ୍ୟାନେଜର

Published By : Prameya-News7 Bureau | December 22, 2018 IST

କଳାହାଣ୍ଡି ୨୨|୧୨: ଭିଜିଲାନ୍ସ ଜାଲରେ କଳାହାଣ୍ଡି ପୋଲିସ ହାଉସିଂ ବୋର୍ଡ ଡେପୁଟି ମ୍ୟାନେଜର ମଙ୍ଗୁଳି ଚରଣ ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗୁଳି ଚରଣ ବେହେରାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ । ଘର, କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଏକକାଳୀନ   ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି ।

{"id":66102}

ସୂଚନା ଅନୁସାରେ ଭୁବନେଶ୍ବର ଓ କଳାହାଣ୍ଡି ଭିଜିଲାନ୍ସର ୪ ଟି ଟିମ୍ ମଙ୍ଗୁଳିଙ୍କ ନିଜଘର ନିଶ୍ଚିନ୍ତକୋଇଲି ଏବଂ ଭୁବନେଶ୍ବର ଜାଗମରାଠାରେ ଥିବା ଘର ଓ ଭାବନୀପାଟଣା ଶମ୍ଭୁନଗର ପଡ଼ାରେ ଥିବା ଭଡାଘର ସମେତ ଅଫିସ ଓ ଶଶ୍ବର ଘର ଓ ଅନ୍ୟାନ୍ୟ ସ୍ଥାନରେ ଏକକାଳୀନ ଚଢାଉ ଜାରି ରଖିଛି ଭିଜିଲାନ୍ସ । ଭାବନୀପାଟଣା ଭଡାଘରୁ ତାଙ୍କ ଲାପଟପ ଜବତ କରିବା ସହିତ ନଗଦ ଟଙ୍କା ଓ କାଗଜପତ୍ର ଜବତ କରିଛନ୍ତି ଭିଜିଲାନ୍ସ ଟିମ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.