ଆନ୍ତଃରାଜ୍ୟ ବାଇକ୍ ଚୋରି ରାକେଟ୍ ଠାବ : ୩୯ ବାଇକ୍ ଜବତ, ୧୧ ଗିରଫ

Published By : Prameya-News7 Bureau | May 11, 2020 IST

କଳାହାଣ୍ଡି ୧୧।୦୫: ଆନ୍ତଃରାଜ୍ୟ ବାଇକ୍ ଚୋରି ରାକେଟ୍ ଠାବ । ୩୯ ବାଇକ୍ ଜବତ, ୧୧ ଗିରଫ । କଳାହାଣ୍ଡି ବିଶ୍ୱନାଥପୁର ଓ ଲାଞ୍ଜିଗଡ଼ ପୁଲିସର ମିଳିତ ଅପରେସନରେ ମିଳିଛି ବଡ଼ ସଫଳତା । ଓଡ଼ିଶାରୁ ମଧ୍ୟପ୍ରଦେଶ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଯାଏଁ ଲମ୍ବିଛି ଏହି ରାକେଟ୍ ର ଚେର । ଏହି ଘଟଣାର ମାଷ୍ଟର ମାଇଣ୍ଡ ଅବିନାଶ ସାହୁ ସମେତ ୧୧ ଜଣଙ୍କୁ ଗିରଫ କରାଯାଇଛି ।  ଗିରଫ ଅଭିଯୁକ୍ତଙ୍କ ଭିତରେ ଅଛନ୍ତି  ଦୁଇଜଣ ନାବାଳକ ।

{"id":268003,"sizeSlug":"large"}

କଳାହାଣ୍ଡିର ଲାଞ୍ଜିଗଡ, ବିଶ୍ୱନାଥପୁର, ଗଞ୍ଜାମର ଛତ୍ରପୁର, ରାୟଗଡାର ମୁନିଗୁଡା, ବିଷମକଟକ ସମେତ ଭୁବନେଶ୍ୱର, ବଲାଙ୍ଗିର, କନ୍ଧମାଳ, ନବରଙ୍ଗପୁର ତଥା ଛତିଶଗଡ, ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ଚଢଉ କରି ୩୯ ବାଇକ୍ ଉଦ୍ଧାର କରିଛି ପୋଲିସ ।

{"id":268004,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.