ଦଶମ ପାସ୍‌ କରିନାହାନ୍ତି, ହେଲେ ୫୦ ଲକ୍ଷ ଟଙ୍କାର କରିଛନ୍ତି ଠକେଇ, ଜମ୍‌ତାରାରୁ ଧରିଲା ପୋଲିସ୍‌

Published By : Prameya-News7 Bureau | September 13, 2021 IST

କଳାହାଣ୍ଡି, ୧୩/୦୯: ସାବଧାନ, ଆପଣ ଅନଲାଇନରେ ସାମଗ୍ରୀ କ୍ରୟ କରୁଛନ୍ତି କି? ତେବେ ଆପଣ ବି ସାଇବର ଠକଙ୍କ ଟାର୍ଗେଟରେ । ଏକ କୋରିୟର ଜରିଆରେ ବହି ସଂଗ୍ରହ ପାଇଁ କଷ୍ଟୋମର କେୟାରକୁ ଫୋନ କରି ଜଣେ ଛାତ୍ର ଅନଲାଇନ ଠକେଇର ଶୀକାର ହୋଇଥିଲେ । ଏହି ସାଇବର ଠକେଇ ମାମଲାରେ କଳାହାଣ୍ଡି ପୋଲିସ ଝାରଖଣ୍ଡ ଜାମତାରାରୁ ୩ ପେଷାଦାର ସାଇବର ଠକକୁ ଗିରଫ କରିବାରେ ସଫଳ ହୋଇଛି । ଯେଉଁମାନଙ୍କର ଦେଶବ୍ୟାପୀ ଏଭଳି ଠକେଇ କରିବାରେ ସଂପୃକ୍ତ ରହିଛି ।

କଳାହାଣ୍ଡି ଜିଲ୍ଲା କେସିଗାଂ ଥାନା ଅଚଂଳର ୧୮ ବର୍ଷୀୟ ଛାତ୍ର ବିବେକ ଅଗ୍ରଓାଲ ଅନଲାଇନରେ କିଛି ବହି ରାୟପୁରରୁ କ୍ରୟ କରିଥିଲେ । ଯାହା ସ୍କାଏ କିଙ୍ଗ କୋରିୟର ଜରିଆରେ କେସିଗାଂ ପଠାଇବାକୁ ଅନୁରୋଧ କରିଥିଲେ । ଏହି ବହି ପାଇବାକୁ ସେ ଗୁଗୁଲ ପେଜରୁ କୋରିଆର ସଂସ୍ଥାର କଷ୍ଟୋମର କେୟାରକୁ ଯୋଗାଯୋଗ କରିଥିଲେ । ହେଲେ କୋରିୟର ସଂସ୍ଥା ବଦଳରେ ସାଇବର ଠକଙ୍କ ଟାର୍ଗେଟ ହୋଇଥିଲେ । ସାଇବର ଠକ ତାଙ୍କୁ ପାର୍ସଲ ପାଇବାକୁ ମାତ୍ର ୦୫ ଟଙ୍କା ପୌଠ ପାଇଁ ଅନଲାଇନ ଅନୁରୋଧ କରିଥିଲେ । ଛାତ୍ର ଜଣକ ୟୁପିଆଇ ଆକାଉଣ୍ଟ ଜରିଆରେ ୫ ଟଙ୍କା ପୌଠ କରିଥିଲେ । ଏଥିରେ ଗୁରୁତ୍ୱପୁର୍ଣ୍ଣ ଏବଂ ସମସ୍ତଙ୍କ ଜାଣିବା ଉଚିତ ୟୁପିଆଇ ଜରିଆରେ ଟଙ୍କା ପୌଠ ପାଇଁ କୌଣସି ଓଟିପିର ଆବଶ୍ୟକତା ପଡେ ନାହିଁ । କେବଳ ଗ୍ରହାକଙ୍କ ମୋବାଇଲ ନମ୍ବର ଆବଶ୍ୟକତା ରହିଥାଏ । ଯାହାକୁ ଏହି ଠକ ଥରେ ହ୍ୟାକ ପରେ ବାରମ୍ବାର ଟ୍ରାଞ୍ଜାକ୍ସନ  କରିନେଇଥାନ୍ତି । ଏହିଭଳି ଭାବେ ମାତ୍ର ୪ ମିନଟରେ ସାଇବର ଠକ ଛାତ୍ର ଠାରୁ ୬୯ ହଜାର ଟଙ୍କା ଠକି ନେଇଥିଲେ ।                   

କେସିଗାଂ ପୋଲିସ ମାମଲା ରୁଜୁ କରି ତଦନ୍ତରେ ଠକ ଦଳ ଝାଡ଼ଖଣ୍ଡ ରାଜ୍ୟ ଜାମତରା ଅଚଂଳର ବୋଲି ଠାବ କରିଥିଲା । କଳାହାଣ୍ଡି ପୋଲିସର ଏକ ଟିମ ଜାମତରାରୁ ଏହି ଠକେଇ ମାମଲାରେ ତିନିଜଣ ଯୁବକ ରଇଶ ଅନସାରୀ (୧୮) ମହମ୍ମଦ ସଜ୍ୱାଦ (୨୬) ଅବଦୁଲ ଅନସାରୀ (୨୨) କୁ ଗିରଫ କରିବାରେ ସଫଳ ହୋଇଛି । ଏହି ପେଷାଦାର ସାଇବର ଠକଙ୍କ ବ୍ୟାଙ୍କ ଖାତାରେ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସାଇବର ଠକେଇର ପ୍ରମାଣ ମିଳିଛି ଏବଂ ଦେଶ ବ୍ୟାପୀ ଏମାନେ ଏଭଳି ସାଇବର କ୍ରାଇମ ଚଳାଇ ଆସୁଥିଲେ ଯାହାର ତଦନ୍ତ ଜାରି ରହିଛି । ହେଲେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହି ତିନିଜଣ ଯୁବକ ମେଟ୍ରିକ ପାସ କରି ନଥିବା ବେଳେ ସାଇବର ଠକେଇ କରୁଛନ୍ତି ।

ଏହି ଠକେଇ ପର୍ଦ୍ଦାଫାସ ପରେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ତଥା ଠକେଇ ଶିକାର ପରିବାର ସଂସ୍ଥାଠାରୁ ଅନଲାଇନ ଟ୍ରାଞ୍ଜାକ୍ସନ ପୂର୍ବରୁ ସତର୍କତା ଅବଲମ୍ବନ କରନ୍ତୁ । ତଥା ବିଶେଷ କରି ୟୁପିଆଇ ଟ୍ରାଞ୍ଜାକ୍ସନ ପୂର୍ବରୁ ସଚେତନ ରୁହନ୍ତୁ । ନଚେତ ଆପଣ ବି ଏଭଳି ସାଇବର ଠକର ଶୀକାର ହୋଇପାରନ୍ତି ବୋଲି ଠକେଇ ଶୀକାର ଛାତ୍ର ଓ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଶ୍ରବଣା ବିବେକ ଏମ୍ ସଚେତନ କରାଇଛନ୍ତି ।

ବିଶେଷ କରି ଗୁଗୁଲ ରେ ବିଭିନ୍ନ ସଂସ୍ଥା ନିଜ ଏଡଭେଟାଇଜ ନାଁ ରେ ବିଭିନ୍ନ କଷ୍ଟମର କେୟାର ନମ୍ବର ଦେଇଥାନ୍ତି । ଯାହାର ଉପରେ ଅତ୍ୟନ୍ତ ଛୋଟ ଛୋଟ ଅକ୍ଷର ରେ ବିଞାପନ ଲେଖାଥାଏ । ଫଳରେ ଯେଉଁ ସଂସ୍ଥା ସହ ଆପଣ ଯୋଗାଯୋଗ କରୁଛନ୍ତି । ତାପୁର୍ବରୁ ସେହି ଯୋଗାଯୋଗ ନମ୍ବର ବୌଦ୍ଦତା ଯାଚଂ ର ଆବଶ୍ୟକତା ରହିଛି । ଏଣୁ ଏଭଳି ସଂସ୍ଥା ର କଷ୍ଟମରକେୟାର କୁ ଯୋଗାଯୋଗ ପୁର୍ବରୁ ସାବଧାନତା ର ଆବଶ୍ୟକତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.