ଖୋଲିଲା କଳାହାଣ୍ଡି ଗାଁଦାଣ୍ଡରେ ଗଣହତ୍ୟାର ଗୁମର ,ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣିଥିଲା ୪ଜଣଙ୍କୁ

Published By : Prameya-News7 Bureau | April 07, 2019 IST

କଳାହାଣ୍ଡି ୭/୪: ଗତକାଲି ସନ୍ଧ୍ୟା ୭ ଟାରେ ଜୟପାଟଣା ଥାନା ପଲସ-ପିପଲଗୁଡା ରାସ୍ତାରୁ  ଚାରି ଜଣ ସୁଦର ନାଏକ , ଲିଗଂ ନାଏକ , ନକୁଳ ନାଏକ ଓ ଉପି ଶବରଙ୍କ ରକ୍ତାକ୍ତ ଶବ ଗାଁ ରାସ୍ତାରୁ ଉଦ୍ଧାର କରାଯାଇଥିଲା । ମୃତକ ତିନି ଜଣ ଗୋଟିଏ ପରିବାରର ହୋଇଥିବା ବେଳେ ଉପି ରାଉତ ମଧ୍ୟ ସେହି ଗାଁର । ଚାରି ଜଣ ଗୋଟିଏ ମୋଟର ସାଇକେଲ  ଏବଂ ଗୋଟିଏ ସାଇକେଲରେ ଫେରୁଥିବା ବେଳେ ଗାଁ ମୁଣ୍ଡରେ ହତ୍ୟାର ଶିକାର ହୋଇଥିଲେ ।

{"id":100991,"width":593,"height":445}

ସୁଚନା ପାଇ ଜୟପାଟଣା ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ପ୍ରାଥମିକ ତଦନ୍ତରେ ପ୍ରଚୁର ମଦ୍ୟପାନ ପରେ ମାତାଲ ଯୁବକ ହତ୍ୟାକାଣ୍ଡ ଘଟାଇଛି ବୋଲି ଜଣା ପଡ଼ିଛି  । ୨୫ ବର୍ଷ ବୟସ୍କ ଯୁବକ ଜଚିନ୍ଦ୍ର ପ୍ରଥମେ ଗାଁରେ ଅନ୍ୟ ୪ଜଣଙ୍କୁ ଆକ୍ରମଣ କରିଥିବା ବେଳେ ଗାଁ ମୁଣ୍ଡରେ ଏହି ୪ଜଣ ଙ୍କୁ ଟାଗିଂଆରେ ହାଣି ହତ୍ୟା କରି ଫେରାର ହୋଇଯାଇଥିଲା । ଗାଁ ଲୋକଙ୍କ ସହାୟତାରେ ନିକଟ ଗାଁରୁ କାଣ୍ଡ ଭିଆଇଥିବା ମୁଖ୍ୟ ଅଭିଯୁକ୍ତ ଜଚିନ୍ଦ୍ର ରାଉତକୁ ଜୟପାଟଣା ପୋଲିସ ଥାନାରେ ଅଟକ ରଖିଛି । ଅଭିଯୁକ୍ତ ଯୁବକଙ୍କ ପୁର୍ବରୁ କୌଣସି ଅପରାଧିକ ଟ୍ରାକ ନାହିଁ। ସେ ଏକ ବେଣ୍ଡ ପାର୍ଟିରେ କାମ କରେ ବୋଲି ଜଣାପଡ଼ିଛି।

{"id":100992,"width":594,"height":446}

ମାତାଲ ଅବସ୍ଥାରେ ଟାଗିଂଆରେ ଅତର୍କିତ ଆକ୍ରମଣ କରୁଥିବା ପ୍ରତ୍ୟକ୍ଷଦର୍ଶୀ ବୟାନ ଆଧାରରେ ପୋଲିସ ମଦ ନିଶାରେ ହତ୍ୟାକାଣ୍ଡ କହୁଥିଲେ ବି ଯେଉ ପାରିପାର୍ଶ୍ବିକ ପରିସ୍ଥିତିରେ ଶବ ଉଦ୍ଧାର ହୋଇଛି ତାକୁ ନେଇ ପୋଲିସ ବିଭିନ୍ନ ଦିଗରେ ତଦନ୍ତ କରୁଛି । ଘଟଣାଟି  ଅଚଂଳକୁ ସ୍ତବ୍ଧ କରିଦେଇଛି । ନିଶା କିପରି ମଣିଷକୁ ରାକ୍ଷସ କରିଦେଉଛି, ଏହି ଘଟଣା ହେଉଛି ତାର ପ୍ରମାଣ।

{"id":100993,"width":592,"height":326}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.