କଳାହାଣ୍ଡି ସର୍ଦାର ରାଜା ମେଡିକାଲ କଲେଜ ହେରଫେର ମାମଲାରେ ଏ.ଜନସେଲ ରାଜାକୁ ଜେଲ

Published By : Prameya-News7 Bureau | August 04, 2018 IST

କଳାହାଣ୍ଡି ସର୍ଦାର ରାଜା ମେଡିକାଲ କଲେଜ ହେରଫେର ମାମଲାରେ ଗିରଫ ସେଲଭମ ଚେରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ଏ.ଜନସେଲ ରାଜାକୁ ଜେଲ | ଗତକାଲି ରାଜକୁ କ୍ରାଇମବ୍ରାଚଂ ଇ.ଓ.ଡବ୍ଲୁ ଟ୍ରାଜିଟ ରିମାଣ୍ଡ ଆଣି ଜେଏମଏଫସି କୋର୍ଟରେ ହାଜର କରିଥିଲା । ଜୁନାଗଡ ଜେ.ଏମ.ଏଫ,ସି କୋର୍ଟ ରେ ଜାମିନ ନାମଞୁର ପରେ ଧର୍ମଗଡ ଉପ-କାରଗାର ପଠାଇଦିଆଯାଇଥିଲା । ଗତ ୨୭ ତାରିଖ ତାମିଲନାଡୁ ରୁ ଗିରଫ ପରେ କ୍ରାଇମବ୍ରାଚଂ ଇ.ଓ.ଡବ୍ଲୁ ଆଜି କଳାହାଣ୍ଡି ଆଣିଥିଲା । କଳାହାଣ୍ଡି ଜିଲ୍ଲା ଜାରିଗଂ ମେଡିକାଲ କଲେଜ ପାଇଁ ସରକାର ଠାରୁ ନେଇଥିବା ଟଙ୍କା ହେରଫେର ମାମଲା ରେ ଏ.ଜନସେଲ ରାଜା ଗିରଫ ହୋଇଛନ୍ତି । ୨୦୦୪ମସିହା ରେ ଓଡିଶା ସରକାର ସହ ପି.ପି.ପି ମୋଡ ରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସେଲଭମ ଚେରିଟେବୁଲ ଟ୍ରଷ୍ଟ ନେଇ ଥିବା ୧୦ କୋଟି ଟଙ୍କା ହେରଫେର ମାମଲା ରେ କ୍ରାଇମବ୍ରାଞ୍ଚ ଏ.ଜନସେଲ ରାଜା ଙ୍କୁ ଗିରଫ କରିଛି । ୨୦୧୫ ସେପଟେମ୍ବର ମାସ ରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଚୁକ୍ତି ଖିଲାଫ ନେଇ ଜୁନାଗଡ ଥାନା ରେ ମାମଲା ରୁଜୁ କରିଥିଲା ଗତ 4 ମାସ ତଳେ ମାମଲା କ୍ରାଇମବ୍ରାଚଂକୁ ହସ୍ତାନ୍ତର କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.