ବିଶାଖାପାଟଣାରେ ଟ୍ରେନ୍ରେ କଟି କଳାହାଣ୍ଡିର ଦାଦନ ଶ୍ରମିକଙ୍କ ମୃତ୍ୟୁ
22/11/2018 at 1:12 PM

କଳାହାଣ୍ଡି ୨୨|୧୧: କଳାହାଣ୍ଡି-ବିଶାଖାପାଟଣା ରେଳଷ୍ଟେସନରୁ ଦାଦନ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଗୋଲାମୁଣ୍ଡା ବ୍ଲକ୍ ରାଇସାପାଲିର କିଶୋର ଶବର । ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଟ୍ରେନରେ କଟି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବିଶାଖାପାଟଣା ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।