କଳହାଣ୍ଡି ଜାରିଙ୍ଗି ଜଙ୍ଗଲରେ ନର୍ସିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ନୂଆ ମୋଡ : ମୁହଁ ଖୋଲିଲେ ଆଉ କହିଲେ ପୋଲିସ ଯାହାକୁ ରାଜସାକ୍ଷୀ କରିଛି ସେ ହିଁ ମୁଖ୍ୟ ଖଳନାୟକ

Published By : Prameya-News7 Bureau | September 27, 2019 IST

କଳାହାଣ୍ଡି ୨୭|୯: କଳାହାଣ୍ଡି ଜାରିଙ୍ଗି ଜଗଂଲରେ ନର୍ସିଂ ଛାତ୍ରୀ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ୍ ମାମଲାରେ ଆଜି ନିଜେ ପିଡୀତା ପ୍ରଥମ ଥର ପାଇଁ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି । ଏହି ଘଟଣାରେ ପୋଲିସର ତଦନ୍ତ ଉପରେ ପିଡୀତା ପ୍ରଶ୍ନ ଉଠାଇବା ସହ ଏକ ବଡ ଖୁଲାସା କରିଛନ୍ତି । ପିଡୀତା କହିଛନ୍ତି ଯେ, ପୋଲିସ ଏହି ଘଟଣାରେ ଯାହାକୁ ରାଜସାକ୍ଷୀ କରିଛି ସେ ହିଁ ମୁଖ୍ୟ ଖଳନାୟକ । ପିଡୀତାଙ୍କୁ ବାଇକ୍‌ରେ ବସାଇ ନେଉଥିବା ଡ୍ରାଇଭର ଲଳିତେନ୍ଦ୍ର ଶବର ହିଁ ସମଗ୍ର ଘଟଣାର ଷଡଯନ୍ତ୍ରକାରୀ ବୋଲି ପିଡୀତା କହିଛନ୍ତି । ଲଳିତେନ୍ଦ୍ର ସମେତ ୬ଜଣ ଦୁଷ୍କର୍ମ କରିଥିଲେ ବୋଲି ପିଡୀତା ସ୍ପଷ୍ଟ କରିଛନ୍ତି । ଫଳରେ ଏବେ ପୋଲିସର ତଦନ୍ତ ନେଇ ପ୍ରଶ୍ନ ଉଠିଛି । ପୋଲିସ ପାଇଁ ଅଡୁଆ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି ।   

{"id":162086}

ଏପଟେ ଜାମିନ ନାମଞ୍ଜୁର ହେବାରୁ ଗିରଫ ୮ଅଭିଯୁକ୍ତଙ୍କୁ ଧର୍ମଗଡ ଜେଲକୁ ପଠାଯାଇଥିବା ବେଳେ ନାବାଳକ ଅଭିଯୁକ୍ତକୁ ବ୍ରହ୍ମପୁର ଜୁଭିନିଆଲ ହଷ୍ଟେଲକୁ ପଠାଯାଇଛି । ପୋଲିସ ଉପରେ ଆଉ ଦୁଇ ଅଭିଯୁକ୍ତକୁ ଗିରଫ ପାଇଁ ଚାପ ରହିଥିବା ବେଳେ ପୋଲିସ ତଦନ୍ତ ଉପରେ ପୀଡିତା ପରିବାର ଉଠାଇଛନ୍ତି ପ୍ରଶ୍ନ ।

{"id":163283}

ପୋଲିସ ତଦନ୍ତ ଅନୁସାରେ ଗଣଦୁଷ୍କର୍ମରେ ୬ଜଣଙ୍କ ସଂପୃକ୍ତି ରହିଥିଲା । ସେଥିମଧ୍ୟରୁ ୪ଜଣ ଧରାପଡିଥିବା ବେଳେ ୨ଜଣ ଏବେବି ଫେରାର ଅଛନ୍ତି ।  ଭବାନୀପାଟଣାରୁ କୋକସରା ପୀଡିତା ଛାତ୍ରୀଙ୍କୁ ନେଇ ବାଇକରେ ଫେରୁଥିବା ଡ୍ରାଇଭର ଲଳିତେନ୍ଦ୍ର ଶବରକୁ ପୋଲିସ ରାଜସାକ୍ଷୀ ଭାବେ ଉପସ୍ଥାପିତ କରୁଛି ।  ପୂର୍ବରୁ ପୀଡିତାଙ୍କ ବାପା ଲଳିତେନ୍ଦ୍ରଙ୍କୁ ଘଟଣା ପାଇଁ ଦାୟୀ ତଥା ପିଡୀତାଙ୍କ ବୟାନ ଅନୁଯାୟୀ ଲଳିତେନ୍ଦ୍ର ରାସ୍ତାରେ ଅନ୍ୟ ଅଭିଯୁକ୍ତଙ୍କୁ ବାରମ୍ବାର ମୋବାଇଲରେ ନିଜ ଗତିବିଧି ଓ ଅବସ୍ଥିତି ସମ୍ପର୍କରେ ସୂଚନା ଦେଉଥିବା ଅଭିଯୋଗ କରିଥିଲେ । ବର୍ତମାନ ପୋଲିସ ଲଳିତେନ୍ଦ୍ରଙ୍କୁ ରାଜସାକ୍ଷୀ କରିବା ଜଣାପଡିବା ପରେ ପିଡୀତା ଲଳିତେନ୍ଦ୍ରଙ୍କୁ ମୁଖ୍ୟ ଖଳନାୟକ ବୋଲି ଅଭିଯୋଗ କରିଛନ୍ତି । 

{"id":162083}

ମାମଲା ରୁଜୁ ପରେ ପୋଲିସର ପ୍ରାଥମିକ ତଦନ୍ତ ସମୟରେ ଖୋଦ କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ ଗତ ୨୩ ତାରିଖ ଦିନ ଗଣମାଧ୍ୟମକୁ ଦେଇଥିବା ବୟାନରେ ଡ୍ରାଇଭର ଲଳିତେନ୍ଦ୍ର ଶବରକୁ ଅଭିଯୁକ୍ତ ଏବଂ ତାକୁ ଅଟକ ରଖାଯାଇଥିବା ସୂଚନା ଦେଇଥିଲେ । ହେଲେ ଘଟଣାରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ସମୟରେ ଲଳିତେନ୍ଦ୍ର ଶବରକୁ ପିଡୀତକୁ ବଚାଂଇବାକୁ ଉଦ୍ୟମ କରିଥିଲେ ତଥା ଖୋଦ୍ ଗଣଦୁଷ୍କର୍ମକାରୀଙ୍କ ଦ୍ବାରା ପିଡୀତ ବୋଲି ସୂଚନା ଦେଇଛନ୍ତି । ଯାହାକୁ ଏବେ ପିଡୀତା ପରିବାର ପୋଲିସ ତଦନ୍ତ ଉପରେ ଉଠାଇଛନ୍ତି ପ୍ରଶ୍ନ । 

{"id":163285}

ପିଡୀତା ଦେଇଥିବା ଏତଲା ଓ ୧୬୪ ବୟାନରେ ଡ୍ରାଇଭର ଲଳିତେନ୍ଦ୍ର ଶବରକୁ ଅଭିଯୁକ୍ତ ଦର୍ଶ।ଇ ନଥିବା ପୋଲିସ କହିଛି । ଏବେ ପିଡୀତା ପରିବାର ଗଣମାଧ୍ୟମରେ ଲଳିତେନ୍ଦ୍ରକୁ ମୁଖ୍ୟ ଖଳନାୟକ ବୋଲି ଅଭିଯୋଗ କରିବା ଘଟଣାକୁ ନୂଆ ମୋଡ ଦେଇଛି । ଗୃହ ରାଜ୍ୟମନ୍ତ୍ରୀ ଓ ବିରୋଧୀଦଳ ନେତାଙ୍କ ଜିଲ୍ଲାରେ ଘଟିଥିବା ଘଟଣା ପାଇଁ ପୋଲିସ ଚାପରେ ରହିଛି । ୨୪ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରି ପ୍ରଶଂସା ସାଉଁଟିଥିଲା । ହଲେ ପିଡୀତାଙ୍କ ପରିବାରର ବୟାନ ପୋଲିସର ପାରିବାପଣିଆ ଉପରେ ଲଗାଇଛି ପ୍ରଶ୍ନ ?

wp:html /wp:html wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.