ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ, ଗାଡିରୁ ଜବତ ହେଲା ଲକ୍ଷେ ୧୦ହଜାର ଟଙ୍କା

Published By : Prameya-News7 Bureau | February 13, 2020 IST

କଳାହାଣ୍ଡି ୧୩।୨: କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୋରାଙ୍କ ଗାଡିରୁ ଲକ୍ଷେ ୧୦ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ତାଙ୍କ ହିଲ ଟାଉନ ଭଡା ଘର ସାମ୍ନାରୁ ବୋଲେରୋ ଗାଡିରେ ଟଙ୍କା ନେଇ ଯାଉଥିବା ବେଳେ ଜବତ ହୋଇଥିବା ଜଣାପଡିଛି ।

{"id":223810,"sizeSlug":"large"}

ତେବେ ଯୋଗାଣ ଅଧିକାରୀ ମିଲରମାନଙ୍କଠାରୁ ଟଙ୍କା ନେଇ ଯାଉଥିବା କୌଣସି ସୂତ୍ରରୁ ଭିଜିଲାନ୍ସ ସୂଚନା ପାଇବା ପରେ ଚଢାଉ କରିଥିଲା । ତାଙ୍କ ଗାଡିରୁ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ । ତାଙ୍କ ଭବାନୀପାଟଣା ହିଲ ଟାଉନ ଭଡା ଘର ସମେତ ନବରଂଗପୁର ପୈତୃକ ଘରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.