Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଟ୍ରାଭେଲ୍ସ ବିଲ୍ ମାମଲାରେ ପାଠକ ବାପା-ପୁଅଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
  • ||
  • ଚଣ୍ଡିଖୋଲ : ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କୁ ଗୁଳିମାଡ, ଦୁଇ ଆହତ
  • ||
  • ଚଣ୍ଡିଖୋଲ : ପୃଥକ ପୃଥକ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର
  • ||
  • ଭୁବନେଶ୍ବର : ବିଧାନସଭା ବାଚସ୍ପତିଙ୍କ ସହ ମନ୍ତ୍ରୀ ଓ ବିଧାୟକ ନେଲେ କରୋନା ଟିକା
  • ||
  • କଟକ : ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, CBI ତଦନ୍ତ ଶିଥିଳତା ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ହାଇକୋର୍ଟ
  • ||
  • ବଲାଙ୍ଗୀର : ବସ୍ ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ, NH ଅବରୋଧ କଲେ ସ୍ଥାନୀୟ ଲୋକ
  • ||
  • ବୌଦ୍ଧ : ସମ୍ପତ୍ତି ପାଇଁ ଭାଇ ହେଲା ବଇରୀ, ରକ୍ତ ସମ୍ପର୍କକୁ ଭୁଲି ମାରି ପୋଡିଦେଲେ ସାନ ଭାଇକୁ
  • ||
  • ନୟାଗଡ : ଗ୍ରାମବାସୀଙ୍କ ମାଡରେ ଲୁଟେରା ମୃତ ! ଚେନ୍ ଲୁଟ୍ ଉଦ୍ୟମ ବେଳେ ଧରି ଛେଚିଥିଲେ ଲୋକେ
  • ||
  • ମଣ୍ଡିରେ ବିକ୍ରି ହେଉନି ଧାନ, ପ୍ରତିବାଦରେ ରାସ୍ତାରୋକ କଲେ ଚାଷୀ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ପ୍ରଥମେ କଟନି ଛଟନିରେ ପେଶି ହେଲେ ଚାଷୀ ଆଉ ଏବେ ଧାନର ମାନକୁ ନେଇ ମିଲରଙ୍କ ବାହାନା : ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ

4/06/2019 at 6:28 PM

ଭୁବନେଶ୍ୱର ୪/୬ : ଧାର କରଜ କରି ରବି ଋତୁରେ ଧାନ ଚାଷ କଲେ ଷାଷୀ । ସରକାର ଓ ମିଲର ମାନଙ୍କ ମଧ୍ୟରେ କଟନି ଛଟନି ବିବାଦର ବହୁ  ବିଳମ୍ବରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ହେଲା । କିନ୍ତୁ ସରକାରୀ ମଣ୍ଡିରେ ଧାନ ସେମିତି ହିଁ ପଡିରହିଛି । ନିଜର ପ୍ରାପ୍ୟ  ନପାଇ ବରଗଡ଼ ଓ ନୂଆପଡାରେ  ଚାଷୀ ଆନ୍ଦୋଳନକୁ ଓହାଇଛନ୍ତି । ସେପଟେ କଳାହାଣ୍ଡିରେ ଚାଷୀଙ୍କ ଧାନ ଏବେ ଛତିଶଗଡ଼ ଚାଲାଣ ହେଉଛି । ଦଲାଲ, ବେପାରୀ  ମାଲେମାଲ୍  ହେଉଥିବା ବେଳେ ଚାଷୀ ଅଭାବି ବିକ୍ରିର ସମ୍ମୁଖୀନ ହେଉଛି । ସବୁ ଜାଣି ଅଜଣା ସରକାର, ପ୍ରଶାସନ ଏବଂ ଯୋଗାଣ ବିଭାଗ…

ଓଡ଼ିଶାର ଧାନକୁ ଛତିଶଗଡ଼ ଚାଲାଣ ପାଇଁ ଚାଲିଛି ଷଡ଼ଯନ୍ତ୍ର ।ମଣ୍ଡିରେ ଧାନ ପଡ଼ିଥିବ, ଧାନ ମିଲର ଉଠାଇବେନି, ସରକାରୀ ବାବୁମାନେ ବି କିଛି କହିବେନି। ଆଉ ଅସହାୟ ହୋଇ ଛତିଶଗଡ଼ ଦଲାଲଙ୍କୁ ଅଦର ଦରରେ ବିକିବାକୁ ବାଧ୍ୟ ହେଉଛି ଚାଷୀ। ମଣ୍ଡିରେ ପଡି ରହିଛି ହଜାର ହଜାର  ବସ୍ତା ଧାନ । ପ୍ରଥମରୁ କଟନି ଛଟନି ରେ ପେଶି ହେଲେ ଚାଷୀ। ଧାନର ମାନ କୁ ନେଇ ମିଲର ବାହାନା କଲେ ।  ଆଉ ଏବେ କାଳ ବୈଶାଖିରେ ଓଦା ଧାନ ମିଲର ନେଉନାହାନ୍ତି। ଜାଣିଶୁଣି ଧାନ ଉଠାଉନାହାନ୍ତି ମିଲର୍ । ପ୍ରାପ୍ୟ ପାଇବାକୁ  ଖୋଲା ଆକାଶ ତଳେ ଖରା ବର୍ଷାରେ ମଣ୍ଡିରେ ଅଧିଆ ପଡିଛନ୍ତି ଚାଷୀ । ଶେଷରେ ଉପାୟ ନପାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ । ନୂଆପଡା ,ବରଗଡ ଓ କଳାହାଣ୍ଡିର ବିଭିନ୍ନ ମଣ୍ଡିରେ ଏଭଳି ଦୃଶ୍ୟ । ନୂଆପଡ଼ା କୋମନା ବ୍ଲକର ଜଡ଼ାମୁଣ୍ଡା ଓ ଭେଲା ମଣ୍ଡିରେ ଗତ ୨୭ ତାରିଖରୁ ଧାନ ପଇଠ କରି ଚାଷୀ ଏମିତି ବସିଛନ୍ତି । ଜଡାମୁଣ୍ଡା ମଣ୍ଡିକୁ ସମୁଦାୟ ଚାରି ହଜାର କ୍ବିଣ୍ଟାଲ ଧାନ ଆସିଥିବା ବେଳେ ସାତ ଦିନ ଭିତରେ ମାତ୍ର ଦୁଇ କ୍ବିଣ୍ଟାଲ ଧାନ ଉଠିଛି ।  ଅତାବିରା ମାର୍କେଟ ୟାର୍ଡରେ ମଧ୍ୟ ସମାନ ସ୍ଥିତି । ଚାଷୀଙ୍କୁ ରୀତିମତ ହାରାସ କରାଯାଉଛି।

ଚାଷୀ ଝାଳ ବୁହାଇ ଅମଳ କରିଥିବା ଧାନରେ ମାଲେମାଲ ଦଲାଲ ଏବଂ ବେପାରୀ ।  ଅମଳ ଧାନ କେମିତି ଅଦିନିଆ ବର୍ଷାରେ ମଣ୍ଡିରେ ଭିଜୁଥିଲା ସେ ସପଂର୍କିତ ରିପୋର୍ଟ ଆମେ ଆପଣଙ୍କୁ ଦେଖାଇଥିଲୁ । ତେଣୁ ଧାନ ମଣ୍ଡିରେ ବିକ୍ରି ହେବ ବୋଲି ଚାଷୀ ଅପେକ୍ଷା ନକରି ଅଣ୍ଡର ରେଟ୍ ରେ ବିକ୍ରି ପାଇଁ ଏକରକମ ବାଧ୍ୟ ହେଉଛି ।

ଚାଷୀଙ୍କ ବିରୋଧରେ ଏମିତି ଷଡ଼ଯନ୍ତ୍ର ସଂପର୍କରେ ଆମେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲୁ । ସେପଟେ ଆନ୍ଦୋଳନରତ ଚାଷୀଙ୍କୁ ଭେଟିଥିଲେ ଅତାବିରା ବିଧାୟକ ସ୍ନେହାଙ୍ଗିନୀ ଛୁରିଆ।

କଳାହାଣ୍ଡି, ନୂଆପଡା ଏବଂ ବରଗଡରେ ଏମିତି ବିଚିତ୍ର ସ୍ଥିତିରେ ପଡିଥିବା ଚାଷୀଙ୍କ ପାଇଁ  ଧାନର ଅଭାବୀ ବିକ୍ରି ହିଁ ଏକମାତ୍ର ପନ୍ଥା ହୋଇଛି ।ରାଜ୍ୟ ସରକାର ଯଦି ତୁରନ୍ତ ପଦକ୍ଷେପ ନନିଅନ୍ତି ତେବେ ଏ ଷଡ଼ଯନ୍ତ୍ର ରାଜ୍ୟର ଚାଷୀଙ୍କୁ ତଳିତଳାନ୍ତ କରିଦେବ।

   Related Posts