ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଆସନ୍ତାକାଲି କଳାହାଣ୍ଡି ବନ୍ଦ ଡାକରା
23/12/2018 at 4:09 PM

କଳାହାଣ୍ଡି ୨୩|୧୨: ଆସନ୍ତାକାଲି କଳାହାଣ୍ଡି ବନ୍ଦ । ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା ମିଳିତ ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟିର ଆହ୍ବାନରେ ଏହି ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା ମିଳିତ ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟି ର ଆହ୍ବାନ ରେ ସମସ୍ତ ରାଜନୈତିକ ଦଳ, ଅଣ ରାଜନୈତିକ ସଂଗଠନ ଏହି ଦାବିକୁ ସମର୍ଥନ ଜଣାଇ ବନ୍ଦରେ ଅଂଶଗ୍ରହଣ କରିବେ । ବନ୍ଦବେଳେ ଜିଲ୍ଲାର ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ଯାନବାହାନ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
Related Posts
ତେନ୍ତୁଳି ଗଛରେ ବସିଛି ଭାଲୁ, ଗାଁରେ ପଡିଗଲାଣି ଭାଳେଣି
22 January 2021
ଅନୁଗୋଳ: ଟ୍ରେନ୍ ଲାଇନ୍ରେ ଧାରଣାରେ ବସିଲେ ବସ ମାଲିକ ସଂଘ
22 January 2021
କଳାହାଣ୍ଡି: ଜଙ୍ଗଲରୁ କାଠ ଚାଲାଣ କରି ହଟହଟା ହେଲେ ବନ କର୍ମଚାରୀ
22 January 2021