ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ କଳାହାଣ୍ଡି ବନ୍ଦ
24/12/2018 at 10:53 AM

କଳାହାଣ୍ଡି ୨୪|୧୨: କଳାହାଣ୍ଡି ଜିଲ୍ଲାରେ ମଧ୍ୟ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା ମିଳିତ ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟିର ଆହ୍ବାନରେ ବନ୍ଦ ଡାକରା ଦିଆଯାଇଛି । ସକାଳୁ ସକାଳୁ ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ପିକେଟିଂ ଆରମ୍ଭ କରିଛନ୍ତି । ସହରର ସମସ୍ତ ସରକାରୀ ଅଫିସ, କୋର୍ଟ ଓ ବ୍ୟାଙ୍କ ବନ୍ଦ ରହିଛି । ତେବେ ଶିକ୍ଷାନୁଷ୍ଠାନ, ଦୋକାନ ବଜାର ଓ ଗାଡି ଚଳାଚଳ ସ୍ବାଭାବିକ ଅଛି । ବନ୍ଦକୁ ସମସ୍ତ ରାଜନୈତିକ ଦଳ ସମର୍ଥନ କରି ସାମିଲ ହୋଇଛନ୍ତି ।
Related Posts
କମିବ ଶୀତ, ୨୯ରେ ହାଲୁକା ବର୍ଷା ସମ୍ଭାବନା
26 January 2021