Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାଳବେଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ : ଗଛ ପଡ଼ି ରାସ୍ତା ଅବରୋଧ, ଭାଙ୍ଗିଲା କ୍ୱାରେଣ୍ଟାଇନ୍ ସେଣ୍ଟର

17/05/2020 at 10:29 AM

ଦେବଗଡ ୧୭।୦୫ : ଦେବଗଡ ଜିଲ୍ଲାରେ ପୁଣି କାଳବୈଶାଖୀ ।  ଶନିବାର ଦିନ ସଂଧ୍ୟା ଓ ରବିବାର ସକାଳୁ କାଳବୈଶାଖୀ ପ୍ରଭାବରେ ଝଡତୋଫାନ ଓ ବର୍ଷା ହୋଇଛି । ଯାହାଫଳରେ  ଦେବଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ ଭାବରେ କ୍ଷୟକ୍ଷତି ହୋଇଛି ।

ଝଡତୋଫାନରେ ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ଆଡସ, ତାବଡା, ନାଉଲିପଡା, ବୁଡିଦୋ, ମଳେହିପଡା ଓ ରିଆମାଳ ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି । ସେହିଭଳି ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବା ସହ ତାର ଛିଣ୍ଡି ପଡିଛି।

କାଳବୈଶାଖୀ ପ୍ରଭାବ ରେ ଝଡତୋଫାନ ଯୋଗୁଁ ବିଭିନ୍ନ ସ୍ଥାନରେ କଚ୍ଚା ଘର ନଷ୍ଟ ହୋଇଥିବା ବେଳେ  ବିଭିନ୍ନ ଟିଣ ଛପର, ଟାଇଲ,  ଖପର ଓ ଆଜବେଷ୍ଟସ ଛାତ ଉଡିଯାଇ ନଷ୍ଟ ହୋଇଯାଇଛି । ଆଡସ ଗ୍ରାମ ପଞ୍ଚାୟତ ର ଦୁଇଟି ସ୍ଥାନରେ କ୍ବାରେଣ୍ଟାଇନ ସେଣ୍ଟର ଝଡତୋଫାନରେ ଭାଙ୍ଗି ଥିବା ବେଳେ  ଏଥିରେ ଥିବା ୪୬ ଜଣ ପ୍ରଭାବିତ ହୋଇଛନ୍ତି ।

   Related Posts