ଲିଭିଯିବ ଜଙ୍ଗଲ ନିଆଁ ! ୧୩ ତାରିଖ ମଧ୍ୟରେ କାଳବୈଶାଖୀ, ଆଭ୍ୟନ୍ତରୀଣ ଓ ଉତ୍ତର ଓଡିଶାର କେତେକ ଜିଲ୍ଲାରେ ବର୍ଷା ସମ୍ଭାବନା

Published By : Prameya-News7 Bureau | March 11, 2021 IST

ଭୁବନେଶ୍ବର ୧୧।୩: ଲିଭି ଯାଇପାରେ ଜଙ୍ଗଲ ନିଆଁ । କାରଣ ଆସନ୍ତା ୧୩ ତାରିଖ ମଧ୍ୟରେ ରାଜ୍ୟରେ  କାଳବୈଶାଖୀ  ବର୍ଷାର ସମ୍ଭାବନା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଫଳରେ ଆଭ୍ୟନ୍ତରୀଣ  ଓ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହୋଇପାରେ । ଏହାସହ  ଗୁଜରାଟ, ମଧ୍ୟପ୍ରଦେଶ ପାର୍ଶ୍ବରୁ  ଓଡ଼ିଆ ଉପର ଦେଇ ବଙ୍ଗୋପସାଗର ଆଡକୁ ଏକ ଟ୍ରପ୍  ଆସୁଛି । ଫଳରେ ୧୩ ତାରିଖ ମଧ୍ୟରେ ରାଜ୍ୟରେ  ଘଡଘଡି ସହ ବର୍ଷା ହେବାରେ ସହାୟକ ହେବ ବୋଲି ଆକଳନ କରିଛନ୍ତି ସୋଆ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ତଥା ବିଶିଷ୍ଟ ପାଣିପାଗ ବିଶେଷଜ୍ଞ  ଡ. ଶରତ ସାହୁ ।

ଶିମିଳିପାଳ ଜଙ୍ଗଲରେ ନିଆଁ ବ୍ୟାପିବା ଦ୍ବାରା ତାପମାତ୍ରା ଓ ଧୂଆଁ ବଢିଛି । ଫଳରେ ସମୁଦ୍ରରୁ ସ୍ଥଳଭାଗ ଆଡକୁ ଆସୁଥିବା ଜଳୀୟ ବାଷ୍ପ ଗରମ ପବନ ମିଶ୍ରଣ ଫଳରେ ଶିମିଳିପାଳ ଅଭୟାରଣ୍ୟରେ  କାଳବୈଶାଖୀ ବର୍ଷା ହୋଇଛି ।

କିଛି ଦିନ ହେଲା ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରିବାରେ କାଳବୈଶାଖୀ ବର୍ଷା ସହାୟକ ହୋଇପାରେ । ବିଶେଷ ଭାବେ ମାର୍ଚ୍ଚ ମାସରୁ ମୌସୁମୀ ଆସିବ ପର୍ଯ୍ୟନ୍ତ କାଳବୈଶାଖୀ ଅନୁଭୂତ ହୋଇଥାଏ । ତେବେ ସମ୍ଭାବ୍ୟ କାଳବୈଶାଖୀ ବର୍ଷା ଜଙ୍ଗଲ ନିଆଁକୁ ଆୟତ କରିବାରେ ସହାୟକ ହୋଇପାଇ ବୋଲି  ପୂର୍ବାନୁମାନ କରିଛନ୍ତି  ଡ. ଶରତ ସାହୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.