ଆଗାମୀ ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ

Published By : Prameya-News7 Bureau | April 09, 2019 IST

ଭୁବନେଶ୍ବର ୯|୪ : ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ଜାରି ରହିବ । ବିଶେଷ କରି ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡିଶାରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ମୟୁରଭଞ୍ଜ, କେନ୍ଦୁଝର, ରାୟଗଡା, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ସୋନପୁର, ବୌଦ୍ଧ, କଳାହାଣ୍ଡି, କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଏହି ସମୟରେ ୩୦ରୁ ୫୦ କିମି ବେଗରେ ପବନ ବହିବ ।

ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ କୋହଲା ପାଗ ଲାଗିରହିବ। ତାପମାତ୍ରା ବି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିବ। ପଶ୍ଚିମ ଓଡିଶାରେ ଏବେ ସ୍ଥିତିରେ ସେତେଟା ପରିବର୍ତ୍ତନ ହେବନି। ତେବେ ପଶ୍ଚିମ ଓଡିଶାର ସମସ୍ତ ସହରରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୭ରୁ ୪୧ ଡିଗ୍ରି ଭିତରେ ରହିବ। ଟିଟିଲାଗଡ, ତାଳଚେର, ମାଲକାନଗିରିରେ ପରିବର୍ତନ ହେବନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.