ଆଗାମୀ ୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ, ଘଡଘଡି ସାଙ୍ଗକୁ ବର୍ଷା ପବନ

Published By : Prameya-News7 Bureau | May 14, 2019 IST

ଭୁବନେଶ୍ବର ୧୪|୫: ତାତିରୁ ନାହିଁ ତ୍ରାହି । ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଉପକୂଳ ଓଡ଼ିଶାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ସବୁଠି ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ।  ଟିଟିଲାଗଡ  ତତଲାଗଡରେ ପରିଣତ ହୋଇଛି । ଏଠାରେ ତାପମାତ୍ରା ଲଗାତାର ଭାବେ ୪୪ ଡିଗ୍ରୀ ଉପରେ ରହୁଛି ।

ସେହିପରି ତାଳଚେରରେ ମଧ୍ୟ ତାପମାତ୍ରା ୪୪ ଡିଗ୍ରୀ ରହିଥିଲା । ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ରହୁଥିବା ବେଳେ ଉପକୂଳ ଓଡିଶାରେ ବି ତାପମାତ୍ରା ଏକରୁ ଦୁଇ ଡିଗ୍ରୀ ବଢିଛି । ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ ।

ସେପଟେ ଆଗାମୀ ୫ ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ବିଶେଷ କରି ୩ ଦିନ ଯାଏଁ କେନ୍ଦୁଝର, ମୟୁରଭଞ୍ଜ, କୋରାପୁଟ, କନ୍ଧମାଳ, ବୌଦ୍ଧ ଜିଲ୍ଲାବାସୀଙ୍କ ପାଇଁ କାଳବୈଶାଖୀ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଏହି ସମୟରେ ଘଡଘଡି ବର୍ଷା ହେବା ସହ ପବନର ବେଗ ୩୦ରୁ ୪୦ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.