ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ

Published By : Prameya-News7 Bureau | April 14, 2019 IST

ଭୁବନେଶ୍ବର ୧୪|୪: ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିବ ।  ବିଶେଷ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।  ବିଶେଷ କରି ୧୬, ୧୭ ଓ ୧୮ରେ କାଳୈଶାଖୀର ପ୍ରଭାବ ଅଧିକ ରହିବ । ଗଞ୍ଜାମ, କଳାହାଣ୍ଡି, ଗଜପତି, ବାଲେଶ୍ବର, ମାଲକାନଗିରି, ନୂଆପଡା, ସୋନପୁର, ବୌଦ୍ଧ, ବଲାଙ୍ଗିର ଆଦି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି ।

ରାଜ୍ୟରେ ଆହୁରି ବଢିବ ତାତି। ଆଗକୁ ଅସହ୍ୟ ଗରମ ଅନୁଭୂତ ହେବ । ବିଭିନ୍ନ ସ୍ଥାନରେ ତାପମାତ୍ରା ୧ରୁ ୨ ଡିଗ୍ରୀ ବଢିବା ସମ୍ଭାବନା ରହିଛି । ଆଗାମୀ ୨-୩ ଦିନ ପର୍ଯ୍ୟନ୍ତ ଏପରି ତାତି ଅନୁଭୂତ ହେବ । ଆଜି କିଛି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । ଭୁବନେଶ୍ବରର ତାପମାତ୍ରା ମଧ୍ୟ ୪୦ ଡିଗ୍ରୀ ଛୁଇଁପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.