ବୌଦ୍ଧରେ କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ଅନେକ ଚାଳଘର

Published By : Prameya-News7 Bureau | April 24, 2020 IST

ବୌଦ୍ଧ, ୨୪|୦୪: ଗୁରବାର ରାତିର କାଳ ବୈଶାଖୀର ତାଣ୍ଡବରେ ବୌଦ୍ଧ ଜିଲ୍ଲାରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ବୌଦ୍ଧ, ହରଭଙ୍ଗା ତଥା କଂଟାମାଳ ବ୍ଲକ ଅଂଚଳର ପ୍ରାୟ ସ୍ଥାନରେ ଘରଦ୍ବାର ଭାଙ୍ଗି ମାଟିରେ ମିଶିଥିବା ଦେଖିବାକୁ ମିଳିଛି । ଘର ଉପରେ ଗଛ ପଡି ଅଳ୍ପକୁ ବର୍ତିଛନ୍ତି ଅନେକ ପରିବାର ।

ବୌଦ୍ଧ ବ୍ଲକର କଣ୍ଡୁଆଶୀ ଗାଁ କାଳ ବୈଶାଖୀ ପାଇଁ ସଂପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଲିଛି । ଦିନ ମଜୁରି ଉପରେ ନିର୍ଭର କରୁଥିବା ଏହି ଗାଁରେ ଅନେକ ଗରିବ ଲୋକଙ୍କ ଘର ଭାଙ୍ଗି ଯାଇଛି । ଗୋଟିଏ ପଟେ କରୋନା ପାଇଁ ବାହାରକୁ ବାହାରିବା ସମ୍ଭବପର ହେଉନଥିବା ବେଳେ କାଳ ବୈଶାଖୀ ଏହି ଗାଁର ଲୋକଙ୍କ ପାଇଁ କାଳ ହୋଇ ଆସିଛି ।

ବର୍ତମାନ ପରିସ୍ଥିତିରେ ପେଟକୁ ଦାନା ଯୋଗାଇବା କଷ୍ଟକର ହୋଇପଡୁଥିବା ବଳେ ଏହି କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ସରକାରୀ ସହାୟତା ହିଁ ଏକମାତ୍ର ଭରଷା ବୋଲି ଲୋକେ ଅନୁରୋଧ କରିଛନ୍ତି  । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.