୨୨ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ଏପ୍ରିଲ ୬ ପର୍ଯ୍ୟନ୍ତ ରହିବ ପ୍ରଭାବ

Published By : Prameya-News7 Bureau | April 02, 2019 IST

ଭୁବନେଶ୍ବର ୨|୪ : କାଳବୈଶାଖୀ ପ୍ରଭାବରେ ଉପକୂଳ ଓଡ଼ିଶାରେ କମିଛି ତାତି। ସବୁଠି ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିଛି। ତେବେ ପଶ୍ଚିମ ଓଡିଶାରେ ତାପମାତ୍ରା ଅପରିବର୍ତ୍ତିତ ରହିଛି । ଗତକାଲି ମାଲକାନଗିରିର ତାପମାତ୍ରା ୪୦.୫ ଡିଗ୍ରିକୁ ଖସି ଆସିଥିବା ବେଳେ ଭବାନୀପାଟଣାରେ ୪୦.୫ ଓ ସୋନପୁରରେ ୪୦ ଡିଗ୍ରି ରହିଥିଲା । କେତେକ ସ୍ଥାନରେ ବର୍ଷା ହୋଇଥିବାରୁ ଲୋକଙ୍କୁ ତାତିରୁ ଟିକିଏ ନିସ୍ତାର ମିଳିଛି । ଆଜି ମଧ୍ୟ ସମାନ ସ୍ଥିତି ଲାଗିରହିବ ।

ଆଜି ମଧ୍ୟାହ୍ନ ସୁଦ୍ଧା ୨୨ ଜିଲ୍ଲାରେ ହାଲକା ବର୍ଷା ସହ କାଳବୈଶାଖୀ ଆଶଙ୍କା ରହିଛି। ମୟୂଭରଞ୍ଜ ସମେତ ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମର ଅଧିକାଂଶ ସ୍ଥାନରେ ପ୍ରଭାବ ରହିବ। ଏଥିସହ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ଗଜପତି ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ପ୍ରଭାବ ଜାରି ରହିବ। ତେବେ ପଶ୍ଚିମ ଓଡ଼ିଶାରେ ପୂର୍ବ ଭଳି ତାପମାତ୍ରା ବଢ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.