Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଆଜି ୨୪ ଜିଲ୍ଲାରେ କାଳବୈଶାଖି ବର୍ଷା, ରହିଛି ବଜ୍ରପାତ ଓ ଧୂଳିଝଡ ଆଶଙ୍କା

11/05/2021 at 7:31 AM

ଭୁବନେଶ୍ୱର,୧୧/୦୫: ତାତିରୁ ମିଳିଛି ମୁକ୍ତି । ରାଜ୍ୟରେ କାଳବୈଶାଖୀ ଜାରି ରହିଥିବାରୁ ଗ୍ରୀଷ୍ମ କୋପ ଅପେକ୍ଷାକୃତ କମ୍‌ ରହିଛି । କୌଣସି ସ୍ଥାନରେଗ୍ରୀଷ୍ମ ଲହରୀ ନାହିଁ । ରବିବାର ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ବର୍ଷା, ପବନ ହୋଇଥିବାରୁ ସୋମବାର ତାପମାତ୍ରା ସାମାନ୍ୟ କମିଥିଲା । 

ପାଣିପାଗ ପୂର୍ବାନୁମାନ, ଆସନ୍ତା ୩-୪ଦିନ ରାଜ୍ୟରେ ତାତି ବିଶେଷ ବଢ଼ିବ ନାହିଁ । ଅପରପକ୍ଷରେ ଆସନ୍ତା ୩ ଦିନ କାଳବୈଶାଖୀରାଜ୍ୟର ବିଭିନ୍ନ ସ୍ଥାନରେ ହେବା ସମ୍ଭାବନା ଅଛି । ମଙ୍ଗଳବାର ରାଜ୍ୟର ୨୪ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଛି । ଏହା ପ୍ରଭାବରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତ ଆଶଙ୍କା ଥିବା ପାଣିପାଗ ବିଭାଗ ସତର୍କ କରାଇଛି । କେତେକ ଜାଗାରେ ପ୍ରବଳ ବର୍ଷା ଢାଳିପାରେ । 

ମଙ୍ଗଳବାର ବାଲେଶ୍ୱର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡ଼ା, କଟକ,ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼,ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର,ମୟୂରଭଞ୍ଜ, ଦେବଗଡ଼, ଢେଙ୍କାନାଳ,ଅନୁଗୁଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି,ରାୟଗଡ଼ା, ନବରଙ୍ଗପୁର, କୋରାପୁଟ,ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସହ ବଜ୍ରପାତ ଓ ଧୂଳିଝଡ଼ ହୋଇପାରେ । ପବନର ବେଗରେ ଘଣ୍ଟାପ୍ରତି ୪୦ କିମି ରହିପାରେ । ମୟୂରଭଞ୍ଜ,ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଜପତିର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଅଜାଡ଼ିବା ଆଶଙ୍କା ରହିଛି ।

ବୁଧବାର, ଗୁରୁବାର ମଧ୍ୟ ରାଜ୍ୟରେକାଳବୈଶାଖୀ ସମ୍ଭାବନା ଅଛି । ଶୁକ୍ରବାରଠାରୁ କାଳବୈଶାଖୀ ସାମାନ୍ୟ କମିବ । ଆସନ୍ତା୩-୪ ଦିନ ପରେ ରାଜ୍ୟର ଅନେକ ସ୍ଥାନରେତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ସମ୍ଭାବନାଅଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେତାତି ବଢ଼ିବା ସମ୍ଭାବନା ରହିଛି । 

   Related Posts