ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଆଶଙ୍କା : ଉତ୍ତର ଓଡିଶାରେ ବର୍ଷା ସମ୍ଭାବନା

Published By : Prameya-News7 Bureau | March 19, 2019 IST

ଭୁବନେଶ୍ୱର ୧୯/୩ : ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ | ବିଶେଷ କରି ଉତ୍ତର ଓଡିଶାର ଅନେକ ସ୍ଥାନରେ ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି | ଦକ୍ଷିଣ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି | ଏହି ସମୟରେ ପବନର ବେଗ ଘଂଟାପ୍ରତି ୪୦ରୁ ୫୦ କି:ମି: ରହିବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ |


ଆଜିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଓଡିଶାରେ କାଳବୈଶାଖୀର ପ୍ରଭାବ ରହିବ | ୧୯ ଏବଂ ୨୦ ତାରିଖରେ ଉତ୍ତର ଓଡିଶାରେ କାଳବୈଶାଖୀର ପ୍ରଭାବ ଅନୁଭୂତ ହେବ | ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି | ୨୧ ଏବଂ ୨୨ ତାରିଖରେ ଦକ୍ଷିଣ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖାଦେବ |

ଗତକାଲି ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଛୁଇଁଥିଲା। ଆଜି ୨.୫ ଡିଗ୍ରି ହ୍ରାସ ପାଇ ୩୭.୫ ଡିଗ୍ରିରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀରରେ ସର୍ବାଧିକ ୪୪ ମିମି ବର୍ଷା ରେକର୍ଡ କରାଯାଇଛି। ଏହାବ୍ୟତୀତ ସମ୍ବଲପୁରରେ ୩୪, ସୋନପୁରରେ ୩୧.୮, ହୀରାକୁଦରେ ୩୦.୬, କେନ୍ଦୁଝରରେ ୨୪.୭, ଫୁଲବାଣୀରେ ୧୯.୮, ବାରିପଦାରେ ୧୫.୬, ଅନୁଗୁଳରେ ୧୧.୮, ବା‌ଲେଶ୍ବରରେ ୧୦.୫, ସୁନ୍ଦରଗଡ଼ରେ ୧୦ ମିମି ବର୍ଷା ହୋଇଛି। ଝଡ଼ବର୍ଷା ଯୋଗୁଁ କେତେକ ସ୍ଥାନରେ ଛୋଟ ଗଛ ଭାଙ୍ଗିଯାଇଛି। ଆଉ କେତେକ ସ୍ଥାନରେ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.