୪ଟି ଜିଲ୍ଲା ପାଇଁ କାଳବୈଶାଖୀ ସତର୍କ ସୂଚନା ଜାରି ; ଘଡଘଡି ସହ ହେବ ବର୍ଷା

Published By : Prameya-News7 Bureau | February 28, 2019 IST

ଭୁବନେଶ୍ବର ୨୮|୨: ଆଜି ବି ରାଜ୍ୟରେ ଜାରି ରହିବ କାଳବୈଶାଖୀର ତାଣ୍ଡବ । ରାଜ୍ୟର ୪ଟି ଜିଲ୍ଲା ପାଇଁ କାଳବୈଶାଖୀ ସତର୍କ ସୂଚନା ଜାରି କରାଯାଇଛି । ୪ଟି ଜିଲ୍ଲା ହେଲା ଜଗତସିଂହପୁର, କେନ୍ଦ୍ରାପଡା, ମୟୁରଭଞ୍ଜ ଓ ବାଲେଶ୍ବର । ଏହି ସବୁ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଦିନ ୧୨.୧୫ରୁ ଅପରାହ୍ନ ୪.୧୫ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

{"id":89334}

କିଛି ଜିଲ୍ଲାରେ କୁଆପଥର ବର୍ଷା ସହ ବଜ୍ରପାତର ଆଶଙ୍କା ବି ରହିଛି। ଏହି ସମୟରେ ପବନର ବେଗ ମଧ୍ୟ ଅଧିକ ରହିବ । ଗତକାଲି ରାତିରେ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଅଧିକାଂଶ ସ୍ଥାନରେ ବିଜୁଳି କଟି ଯାଇଥିବା ବେଳେ କିଛି ସ୍ଥାନରେ ଗଛ ମଧ୍ୟ ଉପୁଡି ପଡିଥିଲା । ଖୋର୍ଦ୍ଧା ଅଞ୍ଚଳରେ ମଧ୍ୟ ବ୍ୟାପକ କ୍ଷତି ହୋଇଛି । ଆସନ୍ତାକାଲି ପାଗରେ କିଛିଟା ପରିବର୍ତ୍ତନ ହୋଇପାରେ । କାଳବୈଶାଖୀ ପ୍ରଭାବ କମିବ । ହେଲେ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ହାଲକା ବର୍ଷା ହେବ। ମାର୍ଚ୍ଚରୁ ପାଗ ଶୁଖିଲା ରହିବ। ୩ ତାରିଖରେ ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାରେ ହାଲକା ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.