ଏହି ସବୁ ଜିଲ୍ଲାରେ ହେବ କାଳବୈଶାଖୀ, ରୁହନ୍ତୁ ସତର୍କ

Published By : Prameya-News7 Bureau | June 15, 2019 IST

ଭୁବନେଶ୍ବର ୧୫|୬: ରାଜ୍ୟର ୮ଟି ଜିଲ୍ଲା ପାଇଁ କାଳବୈଶାଖୀ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ୮ଟି ଜିଲ୍ଲା ହେଲା ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଖୋର୍ଦ୍ଧା, ଯାଜପୁର, କଟକ ଓ ଜଗତସିଂହପୁର । ଏହି ସବୁ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି ।

ଓଡ଼ିଶାର ଦୁଇ ପାର୍ଶ୍ବରେ ମୌସୁମୀ ସକ୍ରିୟ ହେଉଛି। ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ମୌସୁମୀ ଖୁବଶୀଘ୍ର ଓଡ଼ିଶାରେ ପ୍ରବେଶ କରିବ ବୋଲି ଆକଳନ କରାଯାଉଛି । ଏପଟେ କିନ୍ତୁ ପୁଣି ତାତି ଲେଉଟିଛି। ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଛି। ଉପକୂଳରେ ୪ ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଥିବା ବେଳେ ପଶ୍ଚିମ ଓଡ଼ିଶାରେ ୨ ରୁ ୩ ଡିଗ୍ରି ବଢ଼ିଛି। ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରି ପାର୍ ହୋଇଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.