ଆସନ୍ତା ୧୪ରୁ ବଢିବ ବର୍ଷା, ଏହିସବୁ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

Published By : Prameya-News7 Bureau | July 11, 2019 IST

ଭୁବନେଶ୍ବର ୧୧|୭: ଜୁଲାଇ ୧୩ ଯାଏ ସାରା ଓଡ଼ିଶାରେ କୋହଲା ପାଗ ଲାଗି ରହିବ । ୧୪ ତାରିଖଠାରୁ ବର୍ଷା ପରିମାଣ ବଢ଼ିବ। ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଆଜି କାଳବୈଶାଖୀ ପ୍ରଭାବରେ ୧୧ଟି ଜିଲ୍ଲାରେ ବର୍ଷା ହୋଇପାରେ । ବିଶେଷକରି ଝାରସୁଗୁଡ଼ା, ସମ୍ବଲପୁର, ଢ଼େଙ୍କାନାଳ, ଅନୁଗୁଳ, ଦେବଗଡ଼, କଟକ, ଯାଜପୁର, ଭଦ୍ରକ, ଖୋର୍ଧା, କନ୍ଧମାଳ ଓ ନୟାଗଡ଼ର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଓ ବଜ୍ରପାତ ହେବ । ୧୨ତାରିଖରେ କେନ୍ଦୁଝର, ମୟୂରଭଞ୍ଜ ଓ କନ୍ଧମାଳରେ ବର୍ଷା ହେବାର ସମ୍ଭାବନା ରହିଛି । ୧୩ ତାରିଖଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ । ୧୪ତାରିଖଠାରୁ ବର୍ଷା ପରିମାଣ ବଢ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.