Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଧକ୍କା ଦେଲା ଅଜଣା ଗାଡି, ଜୀବନ ହାରିଲେ ବାପା ଓ ଝିଅ
  • ||
  • ମାନିଲେଣି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

ତାତିରୁ ମିଳିବ ତ୍ରାହି, ୨୧ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

4/04/2021 at 10:02 AM

ଭୁବନେଶ୍ୱର,୦୪/୦୪: ଦୀର୍ଘଦିନର ଅପେକ୍ଷା ପରେ ଅନେକ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ହୋଇଛି । ପାଣିପାଗ ପୂର୍ବାନୁମାନ କହୁଛି, ରବିବାର ରାଜ୍ୟର ୨୧ଟି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ଆଶଙ୍କା ଅଛି । ଏଥିରୁ କିଛି ଜାଗାରେ ଘଡ଼ଘଡ଼ି, ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ ।

ଉତ୍ତର-ପଶ୍ଚିମ ପଟୁ ଗରମ ପବନ କମିବା ଯୋଗୁ ତାତି କମିଛି । ସବୁଠି ପାରଦ ଖସିଛି । ଶନିବାର କେବଳ ୩ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ମାଲନାଗିରିରେ ସର୍ବାଧିକ ୪୦.୫ ଡିଗ୍ରୀ, ବଲାଙ୍ଗିରରେ ୪୦, ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ରେକର୍ଡ ହୋଇଥିଲା । ଅନ୍ୟ ସହର ମଧ୍ୟରେ ବାରିପଦା, ଝାରସୁଗୁଡ଼ା, ସମ୍ବଲପୁର ତାତି ୩୯ ଡିଗ୍ରୀ ଅତିକ୍ରମ କରିଥିଲା । ଉପକୂଳ ଓଡ଼ିଶାରେ ଖରା ପ୍ରକୋପ କମିଛି । ସାମୁଦ୍ରିକ ପବନ ଯୋଗୁ ତାତି ବହୁ ମାତ୍ରାରେ କମିଛି । କିନ୍ତୁ, ଆର୍ଦ୍ରତା ବଢ଼ିବା ଯୋଗୁ ଗୁଳୁଗୁଳି ଅସହ୍ୟ ହେଉଛି ।

ପାଣିପାଗ ବିଭାଗର କହିବାନୁସାରେ, ଦକ୍ଷିଣ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ଥିବାବେଳେ ଝାଡ଼ଖଣ୍ଡ ଓ ପାଶ୍ୱର୍ବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଘୂର୍ଣ୍ଣିବଳୟ ଅଛି । ୨୪ ଘଣ୍ଟା ଭିତରେ ତାପମାତ୍ରା ୨ ଡିଗ୍ରୀ କମିପାରେ ।ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ, ଦେବଗଡ଼ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏଥିମଧ୍ୟରୁ କେତେକ ଜିଲ୍ଲାରେ ବର୍ଷା, ପବନ ଆଶଙ୍କା ଅଛି ।

ସୋମବାର ମଧ୍ୟ ଅଳ୍ପ କିଛି ଜାଗାରେ ବର୍ଷା ହୋଇପାରେ । ମଙ୍ଗଳବାରଠାରୁ ରାଜ୍ୟରେ ପାଗ ବଦଳିବ । କାଳବୈଶାଖୀ ସମ୍ଭାବନା ଆଉ ନାହିଁ । କିଛି କିଛି ଜାଗାରେ ପୁଣି ତାତି ବଢ଼ିବ ।

   Related Posts