Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନଭେମ୍ବର ୧୯ରେ କାଳଭୈରବାଷ୍ଟମୀ, ଏହି ଦିନରେ କରନ୍ତୁ ଶିବଙ୍କର ଏପରି ପୂଜା

16/11/2019 at 4:46 PM

ମଙ୍ଗଳବାର ନଭେମ୍ବର ୧୯ ତାରିଖ କାଳଭୈରବାଷ୍ଟମୀ। ମାନ୍ୟତା ରହିଛି ଭଗବାନ ଶିବ ଏହି ତିଥିରେ କାଳଭୈରବ ଅବତାର ଗ୍ରହଣ କରିଥିଲେ। ଶିବ ପୁରାଣ ଅନୁସାରେ ସୃଷ୍ଟିର ରଚନା ସତ୍ତ୍ୱ, ରଜୋ ଓ ତମୋ ଗୁଣରେ ହୋଇଛି। ଏଣୁ ଶିବଙ୍କୁ ଏହି ୩ ଗୁଣର ନିୟନ୍ତ୍ରକ ବିଚାର କରାଯାଏ। ଏଥିରେ ତାଙ୍କର ଆନନ୍ଦ ସ୍ୱରୁପକୁ ଶମ୍ଭୁ, ବିକରାଳ ସ୍ୱରୂପକୁ ଉଗ୍ର ଓ ସତ୍ୱ ଭାବରେ ସାତ୍ତ୍ୱିକ୍ ମଧ୍ୟ କୁହାଯାଏ। ଶିବଙ୍କର ଏହି ତ୍ରିଗୁଣ ସ୍ୱରୂପରେ ଭୈରବ ଅବତାରକୁ ବି ଦେଖାଯାଏ। ପ୍ରଦୋଷ କାଳରେ ଶିବ ଭୈରବ ରୂପରେ ପ୍ରକଟ ହୋଇଥିଲେ। ଭୈରବଙ୍କ ୮ରୁ ୬୪ ପ୍ରକାର ରୂପକୁ ଭକ୍ତ ପୂଜା କରିଥାନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ମନୋସ୍କାମନା ଲାଗି କେଉଁ ଭୈରବଙ୍କୁ ପୂଜା କରାଯାଏ।

ବଟୁକ ଭୈରବ
ଶିବଙ୍କ ଭୈରବ ଅବତାରର ବଟୁକ ଭୈରବ ସାତ୍ତ୍ୱିକ ଓ ବାଳକ ସ୍ୱରୂପ। ବଟୁକ ଭୈରବଙ୍କ ଆରାଧନା ସ୍ଥାୟୀ ସୁଖ, ସମୃଦ୍ଧି  ସାଙ୍ଗକୁ ଦୀର୍ଘାୟୁ, ନିରୋଗ ଜୀବନ, ପଦ, ପ୍ରତିଷ୍ଠା ଓ ମୁକ୍ତି ଚାହୁଁଥିବା ଲୋକେ କରିପାରିବେ। ସେହିପରି ଭୈରବଙ୍କ ଅନ୍ୟ ଏକ ସ୍ୱରୂପ ହେଉଛି କାଳ ଭୈରବ। ଆସନ୍ତୁ ଜାଣିବା ଶିବଙ୍କ ଏହି ସ୍ୱରୂପ ସମ୍ପର୍କରେ।

ଶିବଙ୍କ କାଳ ଭୈରବ ଅବତାର ତାମସିକ ସ୍ୱରୂପ ଅଟେ। ତେବେ ତାଙ୍କର ଏହି ସ୍ୱରୂପ ମଧ୍ୟ ଅତ୍ୟନ୍ତ କଲ୍ୟାଣକାରୀ। ତାଙ୍କର ଏହି ସ୍ୱରୂପକୁ କାଳର ନିୟନ୍ତ୍ରକ ବୋଲି ମଧ୍ୟ କୁହାଯାଏ। ଶିବଙ୍କର ଏହି ସ୍ୱରୂପର ଆରାଧନା ଅଜ୍ଞାତ ଭୟ, ସଙ୍କଟ, ଦୁଃଖ ଓ ଶତ୍ରୁଙ୍କଠାରୁ ମୁକ୍ତି ପ୍ରଦାନ କରିଥାଏ। ଏଣୁ ଏହି ସ୍ୱରୂପରେ ବି ଶିବଙ୍କ ଆରାଧନା କରାଯାଇପାରେ।

ଆନନ୍ଦଭୈରବ
ଶିବଙ୍କ ଏହି ସ୍ୱରୂପ ରାଜସ ଅର୍ଥାତ ସାତ୍ତ୍ୱିକ ସ୍ୱରୂପ ବୋଲି ମନେ କରାଯାଏ। ଦଶମହାବିଦ୍ୟା ଅନ୍ତର୍ଗତ ପ୍ରତ୍ୟେକ ଶକ୍ତିଙ୍କ ସହ ଶିବଙ୍କ ଏହି ସ୍ୱରୂପର ଆରାଧନା କରାଯାଇପାରେ। ଶିବଙ୍କ ଏହି ସ୍ୱରୂପରେ ପୂଜା ଲୋକଙ୍କ ଧନ, ଧର୍ମ ଓ ବିଭିନ୍ନ ପ୍ରକାର ସିଦ୍ଧି ପ୍ରାପ୍ତିରେ ସହାୟକ ହୋଇଥାଏ।

   Related Posts